ଜମ୍ମୁକାଶ୍ମୀରରେ ରାସ୍ତାଘାଟ ସବୁଠି ଗଦା ଗଦା ବରଫ !  ଧଳା ଚାଦରରେ ଘୋଡାଇ ହେଲା ଅନନ୍ତନାଗ, ୨ଦିନ ପାଇଁ ରେଡ ଆଲର୍ଟ ଜାରି

54

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ବରଫ ବର୍ଷା । ପ୍ରବଳ ତୁଷାରପାତରେ ଥରହର ହେଉଛି ଘାଟି ଭୟଙ୍କର ତୁଷାରପାତ ଯୋଗୁଁ ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଛି । ଲଗାତାର କିଛି ଦିନ ହେଲା ଅନନ୍ତନାଗ, ବଡଗାଁଁଓରେ ଏଭଳି ବରଫପାତ ଯୋଗୁଁ ଜନଜୀବନ ଏକପ୍ରକାର ଠପ ହୋଇଯାଇଛି ।

snow fall

କେତେକ ଅଂଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ଆଜି ବି ଘାଟିରେ  ବରଫପାତ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ବରଫପାତ ଯୋଗୁ ରାଜ୍ୟର ପାର୍ବତ୍ୟାଂଚଳ ଧଳାରଂଗ ଧାରଣ କରିଥିବା ବେଳେ ଏହା ବିଗତ ବର୍ଷରେ ଜାନୁଆରୀ ମାସରେ ହୋଇଥିବା ସମସ୍ତ ପୁରୁଣା ରେକର୍ଡ ଭାଂଗିଛି  ।

କାଶ୍ମୀରର ବିଭିନ୍ନ ଅଂଚଳରେ ପ୍ରବଳ ବରଫପାତ ଦେଖିବାକୁ ମିଳିଛି ଓ ଏଥିଯୋଗୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି  । ଅଧିକାଂଶ ସ୍ଥାନରେ ତାପମାତ୍ରା ମାଇନଓ ଡିଗ୍ରୀକୁ ଚାଲିଯାଇଛି । ଘାଟିରେ ବି ଭୟଙ୍କର ଥଣ୍ଡା ପଡୁଛି । ଜାମ୍ମୁ-କାଶ୍ମୀର ଓ ହିମାଚଳରେ ଏଭଳି ବରଫପାତ ହେଉିଛି ।