ନିପାତ ହେଲା ହମାସ ଟପ୍ କମାଣ୍ଡର ବିଲାଲ, ଇସ୍ଲାମିକ୍ ଜେହାଦ୍ ହେଡକ୍ୱାର୍ଟର ଧ୍ୱଂସ, ଗାଜା ନାଗରିକଙ୍କ ସାମ୍ନାରେ ଜନ୍ମ ମୃତ୍ୟୁର ପ୍ରଶ୍ନ

593

କନକ ବ୍ୟୁରୋ: ଇସ୍ରାଏଲ ବାୟୁସେନା ଶନିବାର ରାତିରେ ଏୟାର ଷ୍ଟ୍ରାଇକ୍ କରି ହମାସର ଟପ୍ କମାଣ୍ଡର ବିଲାଲ ଅଲ କଦରାକୁ ହତ୍ୟା କରିଛି । ବିଲାଲ ଦକ୍ଷିଣ ଖାନ୍ ୟୁନିସ୍ ବାଟାଲିୟନରଟପ୍ କମାଣ୍ଡର ଥିଲା ଏବଂ ଇସ୍ରାଏଲରେ ପଶି ଲୋକଙ୍କ ହତ୍ୟା କରିବାରେ ସାମିଲ ଥିଲା । ଏହା ବ୍ୟତୀତ ଇସ୍ରାଏଲ ଫୋର୍ସ ଇସ୍ଲାମିକ ଜେହାଦର ହେଡକ୍ୱାର୍ଟରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛନ୍ତି ।
କହିରଖୁଁ, ହମାସ ସହ ଯୁଦ୍ଧ ଭିତରେ ପାଲେଷ୍ଟାଇନ ନାଗରିକ ଉତ୍ତର ଗାଜାକୁ ସ୍ଥାନାନ୍ତର ହୋଇଯିବାକୁ ୨୪ ଘଣ୍ଟାର ମୋହଲତ ଦେଇଛି ଇସ୍ରାଏଲ । ଗାଜାର ଲୋକେ ଜୀବନ ବଞ୍ଚାଇବାକୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ କୁହାଯାଇଛି । ଇସ୍ରାଏଲର ଚେତାବନୀ ଭିତରେ ଗାଜାର ଲୋକଙ୍କ ଆଗରେ ଜୀବନ ମରଣ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।