ସମ୍ବଲପୁରକୁ ପୁଣି ଫେରିଲା ଟୋକନ ତାତି । ଟୋକନ ଉଚ୍ଛେଦ ଓ କଟନି ଛଟନି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ ଚାଷୀ

147

କନକ ବ୍ୟୁରୋ: ତୁଟୁନି ମଣ୍ଡି ବିବାଦ । ବିକ୍ରି ହୋଇ ପାରୁନି ଚାଷୀଙ୍କ ଧାନ । ସମ୍ବଲପୁରକୁ ପୁଣି ଫେରିଛି ଟୋକନ ତାତି । ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ଉଚ୍ଛେଦ ଓ କଟନି ଛଟନି ପ୍ରତିବାଦରେ ରାଜରାସ୍ତା ଅବରୋଧ କରିଛନ୍ତି ଶହ ଶହ ଚାଷୀ ।

ସମ୍ବଲପୁରକୁ ପୁଣି ଫେରିଲା ଟୋକନ ତାତି । ରାସ୍ତାକୁ ଓହ୍ଲାଇଲେ ଶହଶହ ଚାଷୀ । ସମ୍ବଲପୁରରେ ପୁଣି ତେଜିଲା ଟୋକନ ବିବାଦ । ମଣ୍ଡିରେ ଧାନ ବିକ୍ରି ପାଇଁ ସରକାର କରିଥିବା ଟୋକନ ବ୍ୟବସ୍ଥାର ଉଚ୍ଛେଦ ଓ କଟନି-ଛଟନିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଶହଶହ ଚାଷୀ । ସମ୍ବଲପୁର ବରେଇପାଲିରେ ରାସ୍ତା ଉପରେ ଧାନଗାଡିକୁ ରଖି ଅବରୋଧ କରିଛନ୍ତି । ଚାଷୀ ଆନ୍ଦୋଳନ ଯୋଗୁଁ ରାସ୍ତାର ଉପରେ ପାଶ୍ୱର୍ରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି ।

କେବେ ଥମିବ ଚାଷୀ ଆନ୍ଦୋଳନ? ପୂର୍ବରୁ ମଣ୍ଡି ଖୋଲିବାରେ ବିଳମ୍ବ ଓ ଟୋକନ ବ୍ୟବସ୍ଥାକୁ ନେଇ ଜୋରଦାର ଆନ୍ଦୋଳନ କରିଥିଲେ ଚାଷୀ । ତେବେ ପ୍ରଶାସନର ବୁଝାସୁଝା ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିଶ୍ରୁତି ପରେ ଚାଷୀ ସଂଗଠନ ଆନ୍ଦୋଳନରୁ ଓହରିଥିଲେ । ହେଲେ ମଣ୍ଡିରେ ଧାନ ବିକ୍ରି ବେଳେ କଟନି ଛଟନି କରାଯାଉଥିବାରୁ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ।