ସ୍କୁଲ ବନ୍ଦ କରିବା ପାଇଁ ଛାତ୍ରୀମାନଙ୍କୁ ଦିଆଗଲା ବିଷ । ଜାଣନ୍ତୁ କଣ ରହିଛି ପୂରା ଘଟଣା

246

କନକ ବ୍ୟୁରୋ : ଇରାନରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଯେକେହି ବି ତାତି ଉଠିବ । ଛାତ୍ରୀଙ୍କ ସ୍କୁଲ ଯିବା ବନ୍ଦ କରିବା ପାଇଁ କିଛି ଲୋକ ଛାତ୍ରୀଙ୍କୁ ବିଷ ଦେଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ସ୍କୁଲ ଛାତ୍ରୀଙ୍କ ନିଶ୍ୱାସ ପ୍ରଶ୍ୱାସରେ ବିଶାକ୍ତ ପଦାର୍ଥ ଦିଆଯାଉଥିବା ମାମଲା ସାମ୍ନାକୁ ଆସିଛି । ଅନେକ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ରବିବାର ଇରାନର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କି, ଛାତ୍ରୀଙ୍କୁ ଜାଣିଶୁଣି ବିଷ ଦିଆଯାଇଛି ।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କ୍ୟୁମ୍ ନାମକ ଏକ ସ୍କୁଲରେ ଛାତ୍ରୀଙ୍କୁ ବିଷ ଦିଆଯାଇଛି । ଯାଞ୍ଚ ପରେ ଜଣାପଡିଥିଲା କି, କିଛି ଲୋକ ଚାହୁଁଥିଲେ ଛାତ୍ରୀମାନଙ୍କର ସ୍କୁଲ ଆସିବା ବନ୍ଦ ହୋଇଯାଉ । ଏହି ମାମଲାର ତଦନ୍ତ ଏବେବି ଜାରି ରହିଥିବା ବେଳେ କୌଣସି ଲୋକଙ୍କୁ ଗିରଫ କରାଯାଇନଥିବା ସୂଚନାରୁ ଜଣାପଡିଛି ।