ଭାରତର ସବୁଠାରୁ ବୟସ୍କା ଯୋଗ ଗୁରୁ : ବୟସ ୯୮, ଅଛନ୍ତି ୬୦୦ ରୁ ଅଧିକ ଛାତ୍ର

44

୯୮ ବର୍ଷ ବୟସ, ଅର୍ଥାତ୍ ଜୀବନର ସେହି ସମୟ, ଯେତେବେଳେ ଅଧିକାଂଶ ଲୋକଙ୍କୁ ଚାଲିବା-ବୁଲିବାରେ ଅସୁବିଧା ହୁଏ । ଏବଂ ରକ୍ତଚାପ , ଡାଇବେଟିସ୍ ଭଳି ରୋଗ ଘେରେ । ଏମିତିରେ କୋଇମବଟୁରର ନନ୍ନାମଲ ଏକ ଉଦାହରଣ । ନନ୍ନାମଲଙ୍କ ଜୀବନରେ ରୋଗ ପାଇଁ କୈାଣସି ସ୍ଥାନ ନାହିଁ । ସେ ପ୍ରତିଦିନ ଯୋଗ କରନ୍ତି ଓ ଶିଖାନ୍ତି ମଧ୍ୟ । ତାଙ୍କୁ ଭାରତର ସବୁଠାରୁ ବୟସ୍କା ଯୋଗ ଗୁରୁ ନାମରେ ଜଣାଯାଏ । ସେ ୨୦ରୁ ଅଧିକ କଠିନ ଆସନକୁ ବହୁତ ସହଜରେ କରି ନିଅନ୍ତି ।

ନନ୍ନାମଲ ତାଙ୍କ ପିତାଙ୍କ ଠାରୁ ଯୋଗ ଶିକ୍ଷା କରିଥିଲେ, ଯିଏ କି ଜଣେ ଚିକିତ୍ସକ ଥିଲେ । ସାରା ଜୀବନ ସୁସ୍ଥ ରହିବା ଓ ଅନ୍ୟକୁ ସ୍ୱସ୍ଥ ରଖିବା ପାଇଁ ସମର୍ପିତ ନନ୍ନାମଲଙ୍କ ଶରୀର ଆଜି ବି ଏତେ ନମନୀୟ ଅଛି, ଯେମିତି କି ଛୋଟ ପିଲାଙ୍କ ଥାଏ । ନନ୍ନାମଲ ପ୍ରତିଦିନ ସକାଳେ ଶୀଘ୍ର ଉଠି ଅଧା ଲିଟର ପାଣି ପିଅନ୍ତି । ଏବଂ ପିଲାଙ୍କୁ ଯୋଗ ଶିଖାନ୍ତି । ସେ ନିଜର ଖାଦ୍ୟ ପାନୀୟର ଯତ୍ନ ନିଅନ୍ତି । ସେ ସାଧା ଭୋଜନ କରନ୍ତି । ସେ ୭ ଟା ପର୍ଯ୍ୟନ୍ତ ରାତ୍ରି ଭୋଜନ ଖାଇକି ଶୀଘ୍ର ଶୋଇ ପଡନ୍ତି । ନିଜ ଡାଇଟ୍ ରେ ନନ୍ନାମଲ ଫଳ ଓ ମହୁ ସାମିଲ କରନ୍ତି ।

ଯୋଗ ଗୁରୁ ସହିତ ସେ ନେଚୁରାପାଥି ର ସମର୍ଥକ ମଧ୍ୟ । ସମଗ୍ର ଦୁନିଆରେ ତାଙ୍କର ପାଖାପାଖି ୬୦୦ ଛାତ୍ର ଅଛନ୍ତି । ପ୍ରଥମେ ସେ ନିଜ ଘରେ କିଛି ଲୋକଙ୍କୁ ହିଁ ଯୋଗ ଶିଖାଉଥିଲେ । କିନ୍ତୁ ଏକ ପ୍ରତିଯୋଗିତାରେ ଭାଗ ନେବା ପରେ ସେ ପ୍ରସିଦ୍ଧ ହେଲେ , ତା’ପରେ ସେ ୧୦୦ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇ ସାରିଛନ୍ତି । ଏବେ ଯୋଗ ତାଙ୍କ ପରିବାର ପାଇଁ ପରମ୍ପରା ପାଲଟି ଗଲାଣି ।