ବାହାନଗା ଟ୍ରେନ ଦୁର୍ଘଟଣାର ମୃତଦେହ ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: ଏମ୍ସ କର୍ତୃପକ୍ଷଙ୍କ ସୂଚନା, ମୃତଦେହ ଡିସପୋଜ ନେଇ ହୋଇନି ନିଷ୍ପତି, ଏବେବି ଜାରି ରହିଛିି ଚିହ୍ନଟ ପ୍ରକ୍ରିୟା

177

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାର ମୃତଦେହ ପରିଚାଳନା ନେଇ ଏମ୍ସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବର୍ତମାନ ସମୟରେ ମୃତଦେହ ଡିସପୋଜ ନେଇ କୌଣସି ନିଷ୍ପତି ହୋଇନି, ଏବେବି ଚିହ୍ନଟ ପ୍ରକ୍ରୀୟା ଜାରି ରହିଛି । ଏବଂ ମୃତଦେହ ଚିହ୍ନଟ ନହେବା ଯାଏଁ କଂଟେନର ଭିତରେ ମୃତଦେହ ରଖାଯିବା ନେଇ ଏମ୍ସ କର୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣାରେ ମୃତଦେହ ଲାଗିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେନେଇ କୌଣସି ନିଷ୍ପତି ହୋଇନଥିବା ଏମ୍ସ କର୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତଦେହ କଂଟେନରରେ ଥିବା ଯୋଗୁଁ ମୃତ ଶରୀର ଯେଉଁ ଅବସ୍ଥାରେ ଗ୍ରହଣ କରାଯାଇଥିଲା ସେହିଭଳି ଅବସ୍ଥାରେ ରହଥିବା ଏମ୍ସ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଏମ୍ସ ଭୁବନେଶ୍ୱରର ପରିସରରେ ୮୧ଟି ମୃତଦେହ ରହିଛି । ୭୫ଜଣ ଦାବିଦାର ଅଛନ୍ତି, ସମସ୍ତଙ୍କର ରକ୍ତ ନମୂନା ସଂଗ୍ରହ ହୋଇଛି । ତେବେ ଡିଏନଏ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି । ରିପୋର୍ଟ କେବେ ଆସିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।