ଆରମ୍ଭ ହେଲା କାଉଣ୍ଟଡାଉନ୍ ! ଆଜିଠୁ ଠିକ୍ ୧୦୦ ଦିନ ପରେ ଆରମ୍ଭ ହେବ ବିଶ୍ୱକପ ଲଢେଇ, ପ୍ରସ୍ତୁତିରେ ଲାଗିପଡିଛନ୍ତି ସମସ୍ତ ଟିମ୍ ।

291

କନକ ବ୍ୟୁରୋ : ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଆଜିଠୁ ଠିକ୍ ୧୦୦ ଦିନ ପରେ ଆରମ୍ଭ ହେବ କ୍ରିକେଟ ଜଗତର ସବୁଠାରୁ ବଡ ଲଢେଇ । ୨୦୧୯ ବିଶ୍ୱକପ ପାଇଁ ଆଉ ମାତ୍ର ୧୦୦ ଦିନ ବାକି ରହିଛି । ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ ଆସନ୍ତା ମେ ମାସରେ ଇଂଲଣ୍ଡ ଠାରେ ଅନୁଷ୍ଠିତ ହେବ । ତେବେ ଘରୋଇ ଇଂଲଣ୍ଡ ଦଳ ଚଳିତଥର ବିଶ୍ୱକପ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।

ତେବେ ସବୁଠାରୁ ବଡ କଥା ହେଉଛି ବିଶ୍ୱକପରେ ଇଂଲଣ୍ଡ ତିନି ଥର ଉପବିଜେତା ରହିଛି ସତ କିନ୍ତୁ ଥରେ ହେଲେ ମଧ୍ୟ ବିଶ୍ୱକପ ଜିିତି ପାରିନାହିଁ । ସେପଟେ ବିଶ୍ୱକପ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଶେଷ କରି ୨୦୧୧ରେ ବିଶ୍ୱକପ ହାତେଇଥିବା ଟିମ୍ ଇଣ୍ଡିଆ ପୁଣି ଥରେ ବିଶ୍ୱକପ ହାତେଇବା ଲକ୍ଷ୍ୟରେ ରହିଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ବର୍ତ୍ତମାନ ସମୟରେ ଭଲ ଫର୍ମରେ ଥିବାରୁ ଚଳିତ ଥର ବିଶ୍ୱକପ ହାତେଇବ ବୋଲି ଅନେକ କ୍ରୀଡାପ୍ରେମୀ ଓ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ସେପଟେ ଇଂଲଣ୍ଡ, ଅଷ୍ଟ୍ରେଲିଆ ମଧ୍ୟ ବିଶ୍ୱକପ ହାତେଇବାର ଦାବିଦାର ଲିଷ୍ଟରେ ଅଛନ୍ତି ।