ମନ ମିଶିଲା, ବିବାଦ ଛିଣ୍ଡିଲା: ଏକାଠି ହେବେ ହ୍ୟୁମାନ-ଶ୍ରେୟା

276

କନକ ବ୍ୟୁରୋ: ଦୂର ହେଲା ମନୋମାଳିନ୍ୟ । ମିଶିଗଲା ମନ । କିଛି ଦିନର ବିବାଦ ପରେ ପୁଣି ଏକାଠି ହୋଇଛନ୍ତି ବଲିଉଡ କଂଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର । ଏବେ ପୁଣି ଏକାଠି ରହିବାକୁ ଉଭୟ ମନସ୍ଥ କରିଛନ୍ତି । ହ୍ୟୁମାନ ସାଗର ଓ ଶ୍ରେୟା କାଉନସେଲିଂ ପାଇଁ କଟକ ମହିଳା ଥାନାରେ ହାଜର ହୋଇଥିଲେ । ପ୍ରାୟ ଏକ ଘଂଟା ଧରି ଆଲୋଚନା ପରେ ପରଷ୍ପର ମନୋମାଳିନ୍ୟ ଭୁଲି ଏକାଠି ରହିବାକୁ ନିଷ୍ପତି ନେଇଛନ୍ତି । ଶ୍ରେୟା କହିଛନ୍ତି, ଉଭୟଙ୍କ ମଧ୍ୟରେ ଛୋଟ ଭୁଲ ବୁଝାମଣା ହୋଇଯାଇଥିଲା । କିନ୍ତୁ ଦୁହେଁ ଏକାଠି ହୋବାକୁ ନିଷ୍ପତି ନେଇଛନ୍ତି ।

କଟକରେ ବସିଥିବା ଆପୋଷ ବୁଝାମଣା ବୈଠକର ନିଷ୍ପତି ଅନୁସାରେ
-ଉଭୟ ପରଷ୍ପର ଭିତରେ କଥା ହେବେ
-ଶ୍ରେୟାଙ୍କ ଘରକୁ ହ୍ୟୁମାନ ଯିବେ ଓ ଝିଅ ସହିତ କଥା ହେବେ
-ଶ୍ରେୟା ନିୟମିତ ଭାବେ ହ୍ୟୁମାନଙ୍କ ସହ ଯୋଗାଯୋଗରେ ରହିବେ
-ଭଲ ଦିନ ଦେଖି ମାସେ ଭିତରେ ଶ୍ରେୟା ହ୍ୟୁମାନ ସାଗରଙ୍କ ଘରକୁ ଫେରିବେ

ବିବାଦର ସମାଧାନ ହେବା ପରେ ଶ୍ରେୟା ଶାଶୁଘରକୁ ଯିବା ପାଇଁ ରାଜି ହୋଇଛନ୍ତି । କିନ୍ତୁ ମାନସିକ ଭାବେ ପ୍ରସ୍ତୁତ ହୋଇ ଆସିନଥିବାରୁ ଶାଶୁ ଘରକୁ ଯିବା ପାଇଁ ଏକମାସ ସମୟ ଦିଆଯାଇଛି ।

କିଛି ଦିନ ତଳେ ହ୍ୟୁମାନ ସାଗର ଓ ଶ୍ରେୟାଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖାଦେଇଥିଲା । ଶ୍ରେୟା , ନିଜ ସ୍ୱାମୀ ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏପରିକ ଶ୍ରେୟା ସାମ୍ବାଦିକ ସମ୍ମିଳନୀ କରି ହ୍ୟୁମାନ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଥାନାରେ ଅଭିଯୋଗ ପରେ ପୁଲିସ ମାମଲାର ଆପୋଷ ସମାଧାନ ପାଇଁ ଉଦ୍ୟମ କରିିଲା । ଏବେ ବିବାଦର ସମାଧାନ ହେବା ପରେ ଅପକ୍ଷୋ ଶ୍ରେୟାଙ୍କ ଘରବାହୁଡାକୁ ।