ମୋଟାପଣକୁ ଦୂର କରନ୍ତୁ : ବିନା ବ୍ୟାୟାମରେ ଗୋଟିଏ ବର୍ଷରେ କମେଇ ପାରିବେ ୨.୫ କେଜି, ଜାଣନ୍ତୁ କିପରି

41

ଯଦି ଆପଣ ଚାହୁଁଛନ୍ତି ଶରୀରର ଓଜନ ହ୍ରାସ କରିବା ପାଇଁ, ତେବେ ନିୟମିତ ଛିଡା ହୁଅନ୍ତୁ ୬ ଘଣ୍ଟା । ଆମେରିକାର ମାୟୋ କ୍ଲିନିକ ଓ ସ୍ପେନର ଗ୍ରେଗୋରିଓ ମାରାନନ ବିଶ୍ୱ ବିଦ୍ୟାଳୟର ବିଶେଷଜ୍ଞଙ୍କ ସୁପାରିଶ କ୍ରମେ ୪୬ ଟି ଅଧ୍ୟୟନର ବିଶ୍ଲେଷଣ ଉପରେ ଆଧାରିତ ଏହି ଅନୁଧ୍ୟାନରୁ ଜଣାପଡିଛି ଯେ ବସିବା ଅପେକ୍ଷା ଛିଡା ହେଲେ ପ୍ରତି ମିନିଟରେ ଶରୀରର ୦.୫ କିଲୋ କ୍ୟାଲୋରୀ କ୍ଷୟ ହୁଏ । ଠିକ ମାତ୍ରାରେ ଖାଦ୍ୟ ଗ୍ରହଣ କଲେ ଏହା ବର୍ଷକୁ ୨.୫ କେଜି ଓ ଚାରି ବର୍ଷକୁ ୧୦ କେଜି ଓଜନ ହ୍ରାସ କରିପାରିବ ।

European Journal of Preventive Cardiology,Francisco Lopez-Jimenez, senior author and chief of preventive cardiology at Mayo Clinic ରେ ପ୍ରକାଶିତ ବିଶ୍ଳେଷଣର ପରିଣାମରୁ ଜଣାପଡିଛି ଯେ ଏହା ଓଜନ ହ୍ରାସ କରିବା ସହିତ ହୃଦଘାତ ଓ ଡାଇବେଟିସର ମାତ୍ରାକୁ କମାଇବାରେ ସହାୟତା କରେ । ଯେହେତୁ ଲୋକମାନେ ଅଫିସରେ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ବସିରହୁଛନ୍ତି, ତେଣୁ ମୋଟାପଣ ମଧ୍ୟ ଜୀବନ ଶୈଳୀରେ ଏକ ସମସ୍ୟା ରୁପେ ଉଭା ହୋଇଛି । ୨୦୧୫ରେ ବ୍ରିଟେନ ସ୍ୱାସ୍ଥ୍ୟ ସମସ୍ୟା ସଂପର୍କିତ ବିପଦକୁ ଏଡାଇବା ପାଇଁ ଏକ ନେିର୍ଦ୍ଦଶ ଜାରି କରିଥିଲେ । ସେଥିରେ ଡେସ୍କରେ କାମ କରୁଥିବା କର୍ମଚାରୀଙ୍କୁ ନିୟମିତ ବ୍ୟବଧାନରେ ୨ ଘଣ୍ଟା ପାଇଁ ଛିଡା ରହିବାକୁ କୁହାଯାଇଥିଲା । ଲକ୍ଷ୍ୟ ରଖାଯାଇଥିବା ବ୍ୟାୟାମ ଅପେକ୍ଷା ଏହାର ପରିଣାମ ଅଧିକ ଗ୍ରହଣୀୟ ଥିବାର ସମ୍ଭାବନା ଅଛି ବୋଲି British Journal of Sports Medicine ରେ ପ୍ରକାଶିତ ହୋଇଛି । ନିଯୁକ୍ତିକର୍ତ୍ତା ମାନଙ୍କୁ ସେମାନଙ୍କ କର୍ମଚାରୀଙ୍କୁ ସୁସ୍ଥ ବ୍ୟବହାରର ପାଳନ କରିବାକୁ ପ୍ରୋତ୍ସାହିତ କରିବା ଉଚିତ ଯେମିତି କି ମଦ୍ୟପାନ ଓ ଧୁମ୍ରପାନ ଉପରେ କଟକଣା, ଚିନ୍ତାମୁକ୍ତ ରହିବା ଓ ପୁଷ୍ଟିକର ଆହାର ନେବା ।

ବିଶେଷଜ୍ଞ ଅନୁପ ମିଶ୍ର କହିଛନ୍ତି କି ନିମ୍ନମାନର ଜୀବନ ଶୈଳୀ ଓ ଶାରୀରିକ ପରିଶ୍ରମରେ ଅଭାବ କାରଣରୁ ୨୦ ଓ ୩୦ ଦଶକରେ ଯୁବ ପିଢ଼ି ମୋଟାପଣ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି , ଯାହାକି ପୂର୍ବରୁ ବୟସ୍କଙ୍କ ଠାରେ ଅଧିକ ଦେଖାଯାଉଥିଲା । ଅଧିକ ସମୟ ଧରି ବସିବା ଦ୍ୱାରା ମାଂସପେଶୀ କମ ଚର୍ବି କ୍ଷୟ କରେ ଯଦ୍ୱାରା ରକ୍ତ ପ୍ରବାହକୁ ମନ୍ଥର କରିଦିଏ ଓ ବିଭିନ୍ନ ରୋଗ ସୃଷ୍ଟିର କାରଣ ହୁଏ । କର୍ମସ୍ଥଳୀରେ ଛିଡାହୋଇ କାମ କରିବା ଦ୍ୱାରା ପିଠି ବ୍ୟଥା ମଧ୍ୟ କମ ହୋଇଯାଏ । ତେଣୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ।