କେରଳ ବନ୍ୟା ପୀଡ଼ିତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି କରିବେ ସାହାଯ୍ୟ ?

65

କେରଳ ବନ୍ୟାରେ ଏପର୍ଯ୍ୟନ୍ତ ପାଖାପାଖି ୩୫୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି । ସ୍ଥିତି ଏବେ ବି ଗମ୍ଭୀର ରହିଛି । ପାଖାପାଖି ୩ ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି । ସେନା ସହ ଏନଡ଼ିଆରଫର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । ସାରା ଦୁନିଆରୁ ଲୋକମାନେ କେରଳ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଯଦି ଆପଣ ବି ବନ୍ୟାରେ ଫସି ରହୁଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଚାହାନ୍ତି, ତେବେ ଏପରି କରିପାରିବେ . . .


କେରଳର ସିଏମ୍ ଡିଷ୍ଟ୍ରିକ୍ଟ ଫଣ୍ଡର ୱେବସାଇଟକୁ ଯାଆନ୍ତୁ . .
ଲିଙ୍କ୍ – https://donation.cmdrf.kerala.gov.in/

ଆପଣ ଚାହିଁଲେ କେରଳ ସରକାରଙ୍କ ପୋର୍ଟାଲ ଯାଇ ମଧ୍ୟ ଟଙ୍କା ଡୋନେଟ୍ କରିପାରିବେ ।
ଲିଙ୍କ୍ -https://kerala.gov.in/

କେରଳ ବନ୍ୟା ପୀଡ଼ିତଙ୍କୁ ଖାଦ୍ୟ, ପୋଷାକ କିମ୍ବା ଅନ୍ୟ ସାମଗ୍ରୀ ମଧ୍ୟ ନିମ୍ନୋକ୍ତ ଠିକଣାରେ ପଠାଇ ପାରିବେ ।
ମୁଖ୍ୟ ସଚିବ(ଅର୍ଥ) କୋଷାଧ୍ୟକ୍ଷ
ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରଶମନ କୋଷ
ସଚ୍ଚିବାଳୟ
ଥିରୁବନ୍ତପୁରମ୍-୬୯୫୦୦୧

The Principal Secretary (Finance) Treasurer,
Chief Minister’s Distress Relief Fund,
Secretariat,
Thiruvananthapuram – 695001

source : News Nation

ଏହା ବ୍ୟତୀତ ଆପଣ ଫ୍ଲିପକାର୍ଟ, ଆମାଜନ୍, ବିଗ୍ ବାସ୍କେଟ ପରି ସାଇଟ ଜରିଆରେ ମଧ୍ୟ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିପାରିବେ । ଗୁଞ୍ଜ ନାମକ ଏକ ଏନଜିଓ ଆପଣଙ୍କୁ ଦିଆଯାଉଥିବା ସାମଗ୍ରୀ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବ । ଆପଣ ଗୁଞ୍ଜ ଏନଜିଓ ସହ ସିଧା ସମ୍ପର୍କ କରି ମଧ୍ୟ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିପାରିବେ । ଆପଣ ପେଟିଏମ୍ ବ୍ୟବହାର କରୁଥିେ. ଆପ୍ ଖୋଲି ‘Kerala Floods’ ରେ ଡୋନେଟ୍ କରିପାରିବେ ।