କୋରାପୁଟରେ ସ୍ୱାସ୍ଥ୍ୟବସ୍ଥାର ଅଭାବନୀୟ ଚିତ୍ର ! ବେଡ ନମିଳିବାରୁ ମେଡିକାଲ ନିକଟସ୍ଥ ଡ୍ରେନରେ ପ୍ରସବ କଲେ ମହିଳା ।

28

କନକବ୍ୟୁରୋ : ଡ୍ରେନରେ ପ୍ରସବ । କୋରାପୁଟ ମେଡିକାଲ ନିକଟସ୍ଥ ଏକ ଡ୍ରେନରେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଦଶମନ୍ତପୁର ବ୍ଲକ ଜାନିଗୁଡାର ରଘୁ ମୁଦୁଲି ଜ୍ୱରରେ ଆକ୍ରାନ୍ତ ହୋଇ କୋରାପୁଟ ମେଡକିାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ତ୍ରୀ ଓ ମା ମେଡିକାଲରେ ରହୁଥିଲେ ।

କିନ୍ତୁ ହଠାତ ତାଙ୍କ ସ୍ତ୍ରୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ପରିବାରଲୋକ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ନେଇଥିଲେ । କିନ୍ତୁ କୌଣସି କାଗଜପତ୍ର ନଥିବାରୁ ହସ୍ପିଟାଲ କର୍ମଚାରୀ ମନା କରିଦେଇଥିଲେ । ଫଳରେ ମେଡିକାଲ ନିକଟସ୍ଥ ଏକ ଡ୍ରେନରେ ସେ ଶିଶୁପତ୍ରକୁ ଜନ୍ମ ଦେଇଥିଲେ । ଖବର ପାଇଁ ଏଡିଏମଓ ଘଟଣା ସ୍ଥଳରେ ପହଚିଂ ମା ଓ ଛୁଆକୁ ମେଡିକାଲରେ ଭର୍ତି କରିଥିଲେ ।