ଭାରତୀୟ ଡାକ୍ତରଙ୍କ ମହାନତା : ପାକିସ୍ତାନ ଝିଅକୁ ଦେଲେ ନୂଆ ଜୀବନ; ୯୦ ଡିଗ୍ରୀ ବଙ୍କା ଥିଲା ବେକ

165

କନକ ବ୍ୟୁରୋ : ଭାରତୀୟ ଡାକ୍ତରଙ୍କ ମହାନତା । ପାକିସ୍ତାନ ଝିଅକୁ ଦେଲେ ନୂଆ ଜୀବନ । ୯୦ ଡିଗ୍ରୀ ବଙ୍କା ଥିବା ଝିଅର ମାଗଣା ସର୍ଜରୀ କରିଛନ୍ତି ଭାରତୀୟ ଡାକ୍ତର ରାଜା ଗୋପାଳନ କୃଷ୍ଣନ । ପାକିସ୍ତାନ ସିନ୍ଧ ପ୍ରଦେଶର ୧୩ ଝିଅ ବର୍ଷୀୟା ଝିଅ ହେଉଛନ୍ତି ଅଫଶୀନ ଗୁଲ । ଦଶମାସର ଥିବା ବେଳେ ଭଉଣୀ କୋଳରୁ ଖସି ପଡ଼ିଥିଲେ । ଯାହା ପାଇଁ ତାଙ୍କ ବେକ ୯୦ ଡିଗ୍ରୀ ବଙ୍କା ହୋଇଯାଇଥିଲା । ସେବେଠାରୁ ସେ ଅଚଳ ହୋଇ ରହିଥିଲେ ।

ଏବେ ଭାରତୀୟ ଡାକ୍ତରଙ୍କ ଯୋଗୁ ସେ ନୂଆ ଜୀବନ ପାଇଛନ୍ତି । ତାଙ୍କ ବଙ୍କା ବେକ ସିଧା ହୋଇଛି । ରାଜାଗୋପାଲନ୍ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଜଟିଳ ମେରୁଦଣତଡ଼ ସର୍ଜରୀ ବିଭାଗର ଜଣେ ବିଶେଷଜ୍ଞ । ସେ ଅଫଶୀନଙ୍କୁ ଦେଖିବା ପରେ ତାଙ୍କ ସର୍ଜରୀ ମାଗଣାରେ କରିବାକୁ ନିଷ୍ପତ୍ତି ନେଇଥିଲେ । ସର୍ଜରୀର ୪ ମାସ ମଧ୍ୟରେ ଅଫଶୀନ ଏବେ ନିଜେ ଚାଲୁଛନ୍ତି । କଥା ହେଉଛନ୍ତି ଏବଂ ନିଜେ ଖାଉଛନ୍ତି । ଡାକ୍ତର ରାଜାଗୋପାଲନ୍ ପ୍ରତି ସପ୍ତାହରେ ସ୍କାଇପିରେ ଅଫଶୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି ।

୨୦୧୭ରେ ଅଫଶୀଙ୍କ ସ୍ଥିତି ସମ୍ପର୍କରେ ଏକ ୱେବସାଇଟରେ ଖବର ପ୍ରସାରିତ ହେବା ପରେ ରାଜା ଗୋପାଳନ ବିଶ୍ୱସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅଫଶୀନ ଆଟ୍ଲାଂଟୋ- ଆକ୍ସିଆଲ ରୋଟେଟୋରି ଡିସ୍ଲୋକେସନରେ ପୀଡିତ ଥିଲେ । ଏହି ମାମଲା ବିଶ୍ୱରେ ପ୍ରଥମ ବୋଲି ରାଜାଗୋପାଲନ୍ କହିଛନ୍ତି । ଚଳିତ ବର୍ଷ ଫେବ୍ରୁଆରୀରେ ତାଙ୍କ ସର୍ଜରୀ ହୋଇଥିଲା । ୬ ଘଣ୍ଟାର ଏହି ସର୍ଜରୀରେ ଡାକ୍ତରୀ ଟିମ୍ ଅଫଶୀନଙ୍କ ଖପୁରିକୁ ତାଙ୍କ ମେରୁଦଣ୍ଡ ସହ ଯୋଡ଼ିଥିଲେ ।