ମହିଳାଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ! ବିସିସିଆଇ ଜାରି କଲା କାରଣ ଦର୍ଶାଅ ନୋଟିସ୍ । 

478

କନକ ବ୍ୟୁରୋ : ମହିଳାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରି ବଢିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଡୁଆ । ଏକ ଘରୋଇ ଚ୍ୟାନେଲର ଟକ୍ ସୋରେ ଯୋଗଦେଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ହାର୍ଦ୍ଦିକ ଓ ସୋରେ ତାଙ୍କ ସହ ସାମିଲ ଥିବା କେଏଲ ରାହୁଲଙ୍କୁ ବିସିସିଆଇ କାରଣ ଦର୍ଶାଅ ନୋଟିସ ଜାରି କରିିଛି । ଏପରିକି ଏପରି ସୋରେ କ୍ରିକେଟରଙ୍କ ସାମିଲ ହେବା ନେଇ ବିସିସିଆଇ କଟକଣା ଜାରି କରିପାରେ ବୋଲି ଚର୍ଚ୍ଚା ହେଉଛି ।

ମହିଳାଙ୍କ ଉପରେ ଅଭଦ୍ର ଟିପ୍ପଣୀ  । ପାଣ୍ଡ୍ୟା ଓ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ । ମହିଳାଙ୍କ ଉପରେ ଅଶାଳୀନ ଟିପ୍ପଣୀ କରିବା ପରେ ଅଡୁଆରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏକ ଘରୋଇ ଚ୍ୟାନେଲର ଟକ୍ ସୋରେ ଯୋଗଦେବା ଅବସରରେ ମହିଳାଙ୍କ ଉପରେ କିଛି ଅଭଦ୍ର ଟିପ୍ପଣୀ ଦେଇଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଏହାକୁ ନେଇ ପାଣ୍ଡ୍ୟା ଓ ସୋ’ରେ ତାଙ୍କ ସହ ଯୋଗ ଦେଇଥିବା କେ.ଏଲ ରାହୁଲଙ୍କୁ ବସିସିଆଇ କାରଣ ଦର୍ଶାଅ ନୋଟିସ ପଠାଇଛି । ଏହାସହ ୨୪ ଘଂଟା ମଧ୍ୟରେ ଏହାର ଜବାବ ରଖିବା ପାଇଁ କୁହାଯାଇଛି । ଏହି ଟିପ୍ପଣୀକୁ ନେଇ ସମାଲୋଚନା ହେବା ପରେ ଟିଭି ସୋ’ରେ  ଖେଳାଳି ମାନେ ସାମିଲ ହେବା ନେଇ ବିସିସିଆଇ ରୋକ୍ ମଧ୍ୟ ଲଗାଇପାରେ ବୋଲି ଆଶଙ୍କା କରାଯାଉଛି ।

କଫି ୱିଦ କରନ୍ ସୋ’ରେ ଦେଇଥିଲେ ଟିପ୍ପଣୀ । କ୍ଷମା ପ୍ରାର୍ଥନା କଲେ ହାର୍ଦ୍ଦିକ । ‘କଫି ୱିଦ କରନ’ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଅତିଥି ଭାବେ ସାମିଲ ହୋଇଥିଲେ । ସୋ’ରେ ପାଣ୍ଡ୍ୟାଙ୍କ ବୟାନକୁ ବେଶ ସମାଲୋଚନା କରାଯାଇଛି । ତେବେ ବିବାଦ ବଢୁଥିବା ଦେଖି ତାଙ୍କ ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ହାର୍ଦ୍ଦିକ । କଫି ୱିଦ କରନ ସୋ’ ରେ ଯୋଗଦେଇ ମୁଁ ଦେଇଥିବା ବୟାନ ଦ୍ୱାରା ଯାହାର ମନକୁ ଆଘାତ ପହଂଚିଛି ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି ବୋଲି ପାଣ୍ଡ୍ୟା ଲେଖିଛନ୍ତି । ସୋ’ର ଅନ୍ଦାଜକୁ ଦେଖି ମୁଁ ଅଧିକ ମିଶି ଯାଇଥିଲି ଏବଂ ମୁଁ କାହାର ସମ୍ମାନ ହାନୀ କରିବାକୁ ଚାହିଁନଥିଲି ବୋଲି ନିଜ ସୋସିଆଲ ମିଡିଆ ଆକାଉଂଟରେ ଲେଖିଛନ୍ତି ପାଣ୍ଡ୍ୟା ।

ତେବେ ଆସନ୍ତୁ ଜାଣିବା କ’ଣ କହିଥିଲେ ପାଣ୍ଡ୍ୟା ?

କରନ ଜୋହରଙ୍କ ସହ ଏହି ଟକ୍ ସୋ’ରେ ସାମିଲ ହୋଇଥିବା ପାଣ୍ଡ୍ୟାଙ୍କ ଠାରୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରଶ୍ନ କରିଥିଲେ କରନ୍ । ଏହି ସମୟରେ ନିଜ ରିଲେସନସିପ୍, ଡେଟିଂ ଓ ମହିଳାଙ୍କ ବିଷୟରେ ଟିପ୍ପଣୀ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ ସେ  । କ୍ଲବକୁ ଗଲେ ମହିଳାଙ୍କ ନାଁ ପଚାରନ୍ତି ନାହିଁ ଏବଂ ଗୋଟିଏ ମ୍ୟାସେଜକୁ ସେ ସବୁ ମହିଳାଙ୍କ ନିକଟକୁ ପଠାନ୍ତି ବୋଲି କହିଥିଲେ ହାର୍ଦ୍ଦିକ । ଏପରିକି ଯେତେବେଳେ ଜଣେ ମହିଳାଙ୍କ ସହ ସେ ଶାରିରୀକ ସମ୍ପର୍କ ରଖିଥିଲେ ସେତେବେଳେ ସେ ଆସି ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଏକଥା ଜଣାଇଥିଲେ ବୋଲି କହିଥିଲେ ପାଣ୍ଡ୍ୟା  । ଏବେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଅଲରାଉଣ୍ଡର ପାଣ୍ଡ୍ୟା ।