ସରିଲା ଲୁଚକାଳିର ଖେଳ ! ଗ୍ରୀନରେ ଚିଟଫଣ୍ଡ ମୁଖ୍ୟ ମୀର ଶେରଉଦ୍ଦିନକୁ ଗିରଫ କଲା ସିବିଆଇ

33

କନକ ବ୍ୟୁରୋ : ବହୁ ଦିନ ଧରି ଲୁଚକାଳି ଖେଳ ପରେ ଧରା ପଡିଲେ ଗ୍ରୀନରେ ଚିଟଫଣ୍ଡ ମୁଖ୍ୟ । ଗ୍ରୀନରେ ଇଂଟରନାସନାଲ ଏମଡି ମୀର ଶେରଉଦ୍ଦିନକୁ ଗିରଫ କରାଯାଇଛି । କୋଲକାତାରୁ ତାଙ୍କୁ ଗିରଫ କରିଛି ସିବିଆଇ । ସେ ନାଇଜେରିଆରୁ କୋଲକାତାକୁ ଆସୁଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି ।

ବାଲେଶ୍ୱର ଓ ଓଡ଼ିଶାର ଅନ୍ୟ ଅଂଚଳରୁ ଗ୍ରୀନରେ ଇଂଟରନ୍ୟାସନାଲ ଚିଟଫଣ୍ଡ ସଂସ୍ଥା ଗଢି କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ଜମାକାରୀଙ୍କୁ ଉଚ୍ଚ ଆୟର ଲୋଭ ଦେଖାଇ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ରହିଛି ତାଙ୍କ ନାଁରେ । ଶହ ଶହ ଜମାକାରୀଙ୍କୁ ଲୁଟି ନେବା ପରେ ସେ ତାଙ୍କ ପରିବାର ସହ ନାଇଜେରିଆ ପଳାଇଥିଲେ ।

ଦେଖନ୍ତୁ ଏହି ଭିଡିଓ :