ଝାରସୁଗୁଡା ଏଡିଜେ କୋର୍ଟରେ ଗୋପାଳ ଦାସ ହାଜର : ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳ ଦାସ

475

କନକ ବ୍ୟୁରୋ : ନବଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର କରାଯାଇଛି । ଚୌଦ୍ୱାର ଜେଲରୁ ଗୋପାଳକୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡ଼ା କୋର୍ଟକୁ ଅଣାଯାଇଥିଲା । ଏଡିଜେ କୋର୍ଟ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାଜ ପ୍ରେମ ହେବାର ଥିଲା ।

ମାତ୍ର ପ୍ରତିପକ୍ଷ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । ସରକାରୀ ଓକିଲ ଗଙ୍ଗାଧର ଗଡ଼ନାୟକ ସମୟ ମାଗିଥିଲେ । ଗୋପାଳ ଦାସଙ୍କ କେସ୍ ପାଇଁ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନାଙ୍କୁ ନିଯୁକ୍ତ କରିଛନ୍ତି । ଗତ ୨୬ ତାରିଖରେ ହାଜିରା ସମୟରେ ଗୋପାଳ ନିଜ ପାଇଁ ଆଇନଜୀବୀ ଠିକ କରିନଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ନିଯୁକ୍ତି କରାଯାଇଥିଲା ।