ସ୍ୱାମୀଙ୍କ ସହ ଛାଡପତ୍ର, ୪ ବର୍ଷର ପୁଅକୁ ହତ୍ୟା । କୁନି ପୁଅର ହତ୍ୟାକାରୀ ସାଜିଲା ନିଜ ମାଆ । କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

2,244

କନକ ବ୍ୟୁରୋ: ସ୍ୱାମୀ ପାଇଁ ୪ ବର୍ଷର ପୁଅକୁ ହତ୍ୟା । ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି ଜଣେ ନୃଶଂସ ମାଆ । ଗୋଆରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି । କାହିଁକି ନା, ସ୍ୱାମୀଙ୍କ ସହ ସମ୍ପର୍କରେ ତିକ୍ତତା କାରଣରୁ ଜଣେ ସ୍ତ୍ରୀ ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି ।

ସୂଚନା ସେଠ ନାମକ ଏହି ମହିଳା ଜଣକ ହେଉଛନ୍ତି ଜଣେ ସଫଳ ଉଦ୍ୟୋଗୀ । ସେ ଏକ କମ୍ପାନୀର ସିଇଓ ମଧ୍ୟ ଅଛନ୍ତି । ହେଲେ ନିଜ ପୁଅକୁ ହତ୍ୟା କରିବା ଅଭିଯୋଗରେ ପୋଲିସ୍ ଏବେ ତାଙ୍କୁ ଗିରଫ କରି ଜେଲରେ ରଖିଛିା ତେବେ ମିଳିଥିବା ସୂଚନା ମୁତାବକ, ଘଟଣା ଥିଲା କିଛି ଏହିପରି…

୨୦୧୦ ମସିହାରେ ସୂଚନା ସେଠଙ୍କର ବିବାହ ହେଇଥିଲା । ଏହାପରେ ୨୦୧୯ ମସିହାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ଏହାର ଠିକ୍ ବର୍ଷେ ପରେ ସମ୍ପର୍କରେ ତିକ୍ତତା ଆସିବା କାରଣରୁ କୋର୍ଟରେ ସ୍ୱାମୀ-ସ୍ତ୍ରୀ ବିବାହ ବିଚ୍ଛେଦ କରିବାକୁ ଆବେଦନ କରିଥିଲେ । ତେବେ ଏକ ବର୍ଷର ପୁଅ ଥିବା କାରଣରୁ କୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିଲେ ବି, ଏକ ସର୍ତ୍ତ ରଖିଥିଲେ । ବାପା ଜଣକ ନିଜ ପୁଅକୁ ପ୍ରତି ରବିବାର ଦେଖା କରିପାରିବେ ।

କୋର୍ଟଙ୍କ ଏହି ନିର୍ଦ୍ଦେଶ କିନ୍ତୁ ସୂଚନାଙ୍କୁ ଭଲ ଲାଗିନଥିଲା । ବାପା-ପୁଅଙ୍କୁ ଅଲଗା କରିବାକୁ ସେ ରଚିଥିଲେ ଏକ ଭୟାନକ ଷଡଯନ୍ତ୍ର । ପୁଅକୁ ଗୋଆ ବୁଲେଇନେବା କହି ସୂଚନା ଏକ ହୋଟେଲ ବୁକ୍ କରିଥିଲେ । ଆଉ ସେହି ହୋଟେଲ ଭିତରେ ପୁଅକୁ ହତ୍ୟା କରି ଗୋଟିଏ ବ୍ୟାଗରେ ଭର୍ତ୍ତି କରିଥିଲେ । ହେଲେ ହୋଟେଲ କର୍ମଚାରୀଙ୍କର ସନ୍ଦେହ ହେବାରୁ ଏନେଇ ପୋଲିସ ପାଖରେ ପହଞ୍ଚିଥିଲା ଖବର ।

ସୂଚନା ମିଳିବା ପରେ ଗୋଆ ପୋଲିସ ସୂଚନାଙ୍କୁ ଖୋଜିବା ଆରମ୍ଭ କରିଥିଲା । ଆଉ ଟ୍ୟାକ୍ସି ଡ୍ରାଇଭର ସାହାଯ୍ୟରେ ସୂଚନାଙ୍କୁ ଗିରଫ କରିଥିଲା । ତେବେ ସୂଚନା ଗିରଫ ହେବା ପରେ ସବୁ ସତ କଥା ମାନିଯାଇଥିଲେ । ସ୍ୱାମୀଙ୍କଠୁ ପୁଅକୁ ଦୂରେଇବା ପାଇଁ ସେ ଏପରି କରିଥିବା ପୋଲିସ ପାଖରେ ସ୍ୱୀକାର କରିଥିଲେ ।