ସେନାର ୨୮ ତମ ସେନାଧ୍ୟକ୍ଷ ହେଲେ ଜେନେରାଲ୍ ମନୋଜ ମୁକୁନ୍ଦ ନରୱାଣେ : ବିପିନ୍ ରାୱତଙ୍କ ସ୍ଥାନରେ ନେଲେ ଦାୟିତ୍ୱ

129

ଦେଶର ପରବର୍ତ୍ତୀ  ସ୍ଥଳସେନା ମୁଖ୍ୟ ହେଲେ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଆଜି ସେନାପଦରୁ ଅବସର ଗ୍ରହଣ କରିଛନ୍ତି ବିପିନ୍ ରାୱତ୍ । ବିପିନ୍ ରାୱତ୍ ଅବସର ନେବା ପରେ ଦାୟିତ୍ୱ ତୁଲାଇବେ ମୁକୁନ୍ଦ ନରୱାଣେ । ବରିଷ୍ଠତା କ୍ରମରେ ମୁକୁନ୍ଦଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ସେନାର ପୂର୍ବାଞ୍ଚଳ ବିଗ୍ରେଡର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ନିଜର ୩୭ ବର୍ଷର କାର୍ଯ୍ୟକାଳ ଭିତରେ ସେନାର ବିଭିନ୍ନ ପଦପଦବୀରେ ମୁକୁନ୍ଦ ବେଶ୍ ସଫଳତା ସହ କାର୍ଯ୍ୟ କରିଆସିଛନ୍ତି । 

୨୦୧୯ ସେପ୍ଟେମ୍ବର ମାସରେ ସ୍ଥଳର ସେନା ଉପମୁଖ୍ୟ ପଦ ସମ୍ଭାଳିଥିଲେ ମୁକୁନ୍ଦ । ତାଙ୍କୁ ସେନା ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ନାଗାଲ୍ୟାଣ୍ଡରେ ଆସାମ ରାଇଫଲର ଇନସ୍ପେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା । ଲେଫ୍ଟନାଣ୍ଟ ଜେନେରାଲ ମୁକୁନ୍ଦ ଏନଡିଏ ସମେତ ଆଇଏମଏରୁ ପାସ ଆଉଟ ହୋଇଛନ୍ତି । ତାଙ୍କ ନିକଟରେ ଜମ୍ମୁ-କାଶ୍ମୀରରେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ।