୩ ଝିଅଙ୍କୁ କୂଅକୁ ଫିଙ୍ଗି ମାରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ବାପା । କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ ହତବାକ ହୋଇଯିବେ ।

1,297

ଏ କେମିତିକା ବାପା । ୩ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଫାଶୀ ଦେଇ ଆତ୍ମହତ୍ୟା କଲା । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟ ଜୁନାଗଡରେ ଦେଖିବାକୁ ମିଳିଛି । ଯାହା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ପ୍ରକୃତ ଘଟଣା ଜାଣିଲେ ଆପଣ ହତବାକ୍ ହୋଇଯିବେ । କିଭଳି ଜଣେ ବାପା ଏତେ ନୃଂଶସ ହୋଇପାରେ ତାହା ଆପଣଙ୍କ ମନକୁ ଆନ୍ଦୋଳିତ କରିବ ।

ସୂଚନା ଅନୁଯାୟୀ, ଲଗାତାର ଚତୁର୍ଥ ସନ୍ତାନ ଝିଅ ହେବା କାରଣରୁ ଜୁନାଗଡ ଜିଲ୍ଲାର ରସିକ ଦେବାଭାଇ ସୋଲଙ୍କି ନିଜ ୩ ଝିଅଙ୍କୁ କୂଅ ଭିତରକୁ ଫିଙ୍ଗି ଦେଇଥିଲେ । ଘଟଣାସ୍ଥଳରେ ହିଁ ୩ ଝିଅଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତେବେ କୂଅରେ ଫିଙ୍ଗିବା ପୂର୍ବରୁ ୩ ଝିଅଙ୍କୁ ମିଠା ଓ ଫଳ ଖାଇବାକୁ ଦେଇଥିଲା ନୃଂଶସ ବାପା । ଝିଅ ୩ ଜଣଙ୍କୁ କୂଅକୁ ଠେଲିଦେବା ପରେ ନିଜେ ବିଷ ଖାଇଥିଲେ ବାପା । ତେବେ ବିଷର ପ୍ରଭାବ ନ ପଡିବାରୁ ଶେଷରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । କୁହାଯାଉଛି ଯେ, ଅତ୍ୟଧିକ ଗରିବି ଓ ପୁଅ ସନ୍ତାନ ଜନ୍ମ ନ ହେବାରୁ ଏଭଳି ପଦକ୍ଷେପ ଉଠାଇଥିଲେ ବାପା । ତେବେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।