ଶ୍ୱେତାଙ୍କ ମେସେଜରୁ ସାଂଘାତିକ ଖୁଲାସା। ସୌମ୍ୟଜିତ ଦେଉଥିଲେ ଫଟୋ ଭାଇରାଲ ପାଇଁ ଧମକ!

241

କନକ ବ୍ୟୁରୋ: କନକ ନ୍ୟୁଜ ହାତରେ ଲାଗିଛି ସୌମ୍ୟଜିତଙ୍କ ମାଆଙ୍କୁ ଶ୍ୱେତା କରିଥିବା ହ୍ୱାଟସଅପ୍ ଚାଟ । ଏଥିରେ ସୌମ୍ୟଜିତ କିଭଳି ଶ୍ୱେତାଙ୍କୁ ବ୍ଲାକମେଲ କରୁଥିଲେ ତାହା ଶ୍ୱେତା ଦର୍ଶାଇଛନ୍ତି । ଚାଟରେ ଶ୍ୱେତା ଲେଖିଛନ୍ତି, ୩ ବର୍ଷ ହେଲା ତାଙ୍କ ପଇସାରେ ଅଏସ କରୁଥିଲେ ସୌମ୍ୟଜିତ ମହାପାତ୍ର । ଏପରିକି ଫଟୋ ଭାଇରାଲ କରିବାକୁ ଧମକ ବି ଦେଇଥିଲେ । ବ୍ରେକଅପ୍ ପରେ ବି ଟଙ୍କା ନେବାକୁ ପଛଘୁଞ୍ଚା ଦେଉନଥିଲେ ବୋଲି ଶ୍ୱେତା ତାଙ୍କ ଚାଟରେ ଦର୍ଶାଇଛନ୍ତି । ଏହି ଏକ୍ସକ୍ଲୁସିଭ ହ୍ୱାଟସଅପ୍ ଚାଟ ସାମ୍ନାକୁ ଆସିବା ପରେ ଘଟଣାର ଭିନ୍ନ ଦିଗ ସାମ୍ନାକୁ ଆସିଛି ।

ଶ୍ୱେତାଙ୍କ ଭାଇଙ୍କ ସହ ଶ୍ୱେତାଙ୍କ ସାଙ୍ଗଙ୍କ କଥାବାର୍ତା ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ଯେଉଁ ବାର୍ତ୍ତାଳାପ ରହିଛି ସେହି ଅନୁସାରେ, ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ସୌମ୍ୟଜିତ । ସୌମ୍ୟଜିତଙ୍କ ସହ ସମ୍ପର୍କରେ ଆସିବା ସମୟରେ ଏସବୁ ଜାଣିନଥିଲେ ଶ୍ୱେତା । ତଥାପି ତାଙ୍କୁ ଖୁବ ଭଲ ପାଉଥିଲେ । ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିିଥିଲା । ଏକାଠି କାମ କରିବା ଭିତରେ ସଂପର୍କ ନିବିଡ ହୋଇଥିଲା । ଏପରିକି ଲକଡାଉନ ସମୟରେ ସୌମ୍ୟଜିତଙ୍କ ଚାକିରି ଚାଲିଯିବା ପରେ ତାଙ୍କୁ ପୋଷୁଥିଲେ ଶ୍ୱେତା । କିନ୍ତୁ ସୌମ୍ୟଜିତ ସଫ୍ଟୱେର କମ୍ପାନୀ ପରିବର୍ତନ କରିବା ପରେ ମନ ବଦଳାଇ ଦେଇଥିଲେ । ଯେଉଁକଥା ଉଭୟ ଶ୍ୱେତା ଓ ସୌମ୍ୟଜିତଙ୍କୁ ଅତି ନିକଟରୁ ଜାଣିଥିବା ଜଣେ ସାଙ୍ଗ ଫୋନ ଯୋଗେ ଶ୍ୱେତାଙ୍କ ଭାଇ ଆଗରେ ପ୍ରକାଶ କରିଛନ୍ତି । ମୂଳରୁ ବ୍ଲାକମେଲ ଓ ଟଙ୍କା ପଇସା କଥା କହି ସୌମ୍ୟଜିତଙ୍କ ବିରୋଧରେ ଅଭିଯୋଗ କରିଆସୁଛନ୍ତି ଶ୍ୱେତାଙ୍କ ପରିବାର । ଯେଉଁଥିପାଇଁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲା ରୁଜୁ ହୋଇଛି । ତେଣୁ ଏହିସବୁ ପ୍ରମାଣ ସାମ୍ନାକୁ ଆସିବା ପରେ ପୋଲିସ ଏହି ଦିଗରେ ତଦନ୍ତ କରିବ ଓ ସୌମ୍ୟଜିତଙ୍କୁ ଖୁବଶୀଘ୍ର ପୁଣିଥରେ ଜେରା ପାଇଁ ଡକାଇବ ବୋଲି ଆଶା କରାଯାଉଛି ।