ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସୋସିଆଲ ମିଡିଆରେ ଫେକ ଆକାଉଂଟ, ସାଇବର ଥାନାର ଦ୍ୱାରସ୍ଥ ହେଲେ ଅନୁଭବ ।

80

କନକ ବ୍ୟୁରୋ: ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ନାଁର ଫେକ୍ ଆକାଉଂଟ । ଇନଷ୍ଟାଗ୍ରାମରେ ଫେକ୍ ଆକାଉଂଟ କରି ଡୋନେସନ ମାଗୁଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ଏନେଇ ସେ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଅନୁଭବଙ୍କ ପ୍ରକୃତ ଆକାଉଂଟକୁ ହ୍ୟାକର ବ୍ଳକ କରିଦେଇଛି । ଆଉ ଏହି ଫେକ୍ ଆକାଂଉଟ ଜରିଆରେ ଟଙ୍କା ଦେବାକୁ ଅନୁରୋଧ କରିଚାଲିଛନ୍ତି । ଅନୁଭବଙ୍କ ନାଁରେ ଥିବା ଆକାଉଂଟରେ କିଛି ଅସହାୟଙ୍କ ଚିକିତ୍ସା ପାଇଁ ବିଭିନ୍ନ ଲୋକଙ୍କଠାରୁ ଡୋନେସନ ପାଇଁ ଅନୁରୋଧ କରାଯାଉଛି । ତେବେ ଏହି ଫେକ୍ ଆକାଉଂଟ ଯୋଗୁ ଅନୁଭବଙ୍କ ଫ୍ୟାନ୍ ଫଲୋଅର ଠକାମୀର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ସାଂସଦ ।