ଜାଲ୍ ଡକ୍ୟୁମେଂଟ୍ ଜରିଆରେ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ : ୫ ଗିରଫ

14

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜାଲ ଡକ୍ୟୁମେଂଟ୍ ଜରିଆରେ ଆଲ୍ଲାହାବାଦ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ, ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ହେଉଛନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ତେବେ ପୁର୍ବରୁ ଏହି ଘଟଣାରେ ୧୧ ଅଭିଯୁକ୍ତ ଗିରଫ ହୋଇଥିଲେ।

୨୦୧୨ ମସିହାରେ କଟକର ନୟାସଡକ ବ୍ରାଂଚରୁ ୮୫ ଜଣ ଲୋକଙ୍କୁ ଡ୍ରେନେଜ୍ ଡିଭିଜନର କର୍ମଚାରୀ ଦର୍ଶାଇ ୨ କୋଟି ୨୬ ଲକ୍ଷା ଟଙ୍କାର ଲୋନ କରାଇ ନେଇଥିଲେ । ତେବେ ପରବର୍ତୀ ସମୟରେ ଅଭିଯୁକ୍ତ ମାନu ମଧ୍ୟରୁ ମାତ୍ର ୬ଜଣ ହିଁ ଡ୍ରେନେଜ କର୍ମଚାରୀ ବୋଲି ଜଣା ପଡିଥିଲେ ଓ ଅବଶିଷ୍ଟ ଅଭିଯୁକ୍ତ ମାନଙ୍କର ଡକ୍ୟୁମେଂଟ୍ ଜାଲ ବୋଲି ପ୍ରମାଣିତ କରିଥିଲା ଇଓଡବ୍ଲ୍ୟୁ ।