ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ ରାଜ୍ୟରେ ସରିଲା ନିର୍ବାଚନ: ଆଉ କିଛି ସମୟ ମଧ୍ୟରେ ଆସିବ ଏକଜିଟ୍ ପୋଲ ସର୍ଭେ ରିପୋର୍ଟ

109

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଓ ପଂଜାବ ସମେତ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ରହିଛି ସାରା ଦେଶର ନଜର । କାରଣ ୨୦୨୪ ପୂର୍ବରୁ ଦେଶର ମୁଡ ବିଷୟରେ କହିବ ଏହି ୫ରାଜ୍ୟର ନିର୍ବାଚନ ଫଳାଫଳ । ଏହାସହ ମୋଦୀଙ୍କ ପପୁଲାରିଟି କେମିତି ରହିଛି ତାହା ମଧ୍ୟ ସାମ୍ନାକୁ ଆସିବ । କେବଳ ଏତିକି ନୁହେଁ ଯୋଗୀଙ୍କ ହିନ୍ଦୁତ୍ୱ କ୍ୟାମ୍ପେନର ଉତରପ୍ରଦେଶରେ କଣ ପ୍ରଭାବ ପଡିଛି ତାହା ମଧ୍ୟ ଏକପ୍ରକାର ସଫା ହୋଇଯିବ । ଉତରପ୍ରଦେଶରେ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ।

ଫେବ୍ରୁୟାରୀ ୧୦ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡିଥିବା ବେଳେ ଆଜି ଶେଷ ପର୍ଯ୍ୟାୟ ମତଦାନ ହୋଇଛି । ରାଜ୍ୟର ୪୦୩ବିଧାନସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ପଡିଛି ଭୋଟ । ତେବେ ୧୦ତାରିଖରେ ଫଳାଫଳ ଆସିବ । କିନ୍ତୁ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ଆସିଯିବ ଏକ୍ଜିଟ ପୋଲ ଅର୍ଥାତ ବୁଥ ବାହୁଡା ମତ । ଏହାସହ ପଂଜାବ, ମଣିପୁର, ଉତରାଖଣ୍ଡ ଓ ଗୋଆର ମଧ୍ୟ ନିର୍ବାଚନ ସରିଛି । ଆଉ କିଛି ସମୟ ମଧ୍ୟରେ ଆସିବ ଏକ୍ଜିଟ୍ ପୋଲ ସର୍ଭେ ରିପୋର୍ଟ ।

ଏଥିରୁ ସଙ୍କେତ ମିଳିପାରେ କିଏ ଗଢିବ ସରକାର । ଉତରପ୍ରଦେଶର ୪୦୩ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିବା ବେଳେ ପଂଜାବର ୧୧୭ ଆସନ ପାଇଁ ହୋଇଛି ମତଦାନ । ସେହିପରି ଗୋଆର ୪୦ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିବା ବେଳେ ଉତରାଖଣ୍ଡର ୭୦ଟି ବିଧାନସଭା ଆସନ ଓ ମଣିପୁରର ୬୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି ।