କଂଗ୍ରେସ ନେତାମାନେ କଂଗ୍ରେସ ଭବନରୁ ବାହାରକୁ ବାହାରନ୍ତୁ । ଏବେ ଡେରି କରିଦେଲେ, କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟ ହେଇଯିବ : ମୋକିମ୍

209

କନକ ବ୍ୟୁରୋ: “କଂଗ୍ରେସ ନେତାମାନେ କଂଗ୍ରେସ ଭବନର ବାହାରକୁ ବାହାରନ୍ତୁ । ଲୋକଙ୍କ ସହିତ ଜଡିତ ହେଇ, ଲୋକଙ୍କ କାମ କରନ୍ତୁ । ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ସ୍ଥିତି ଆହୁରି ଖରାପ ହେବ । କଂଗ୍ରେସ ଭବନରେ ନରହି ନେତାମାନେ ଫିଲ୍ଡରେ ପରିଶ୍ରମ କରନ୍ତୁ”, ଗୁରୁବାର ରାଜ୍ୟ କଂଗ୍ରେସର ସ୍ଥିତିକୁ ନେଇ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ।

ତାଙ୍କ କହିବା କଥା, ତାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି । ସେଥିପାଇଁ ସେ ବହୁ ଦିନ ହେଲାଣି ସୁପ୍ତ ଭାବେ ରହି କାମ କରୁଛନ୍ତି । ତାଙ୍କର ଇଚ୍ଛା ଅଛି ସମସ୍ତେ ମିଳିମିଶି କଂଗ୍ରେସକୁ ମଜଭୁତ୍ କରନ୍ତୁ । ତେବେ କଂଗ୍ରେସ ନେତାମାନେ ଜାଗ୍ରତ ହେବା ସହିତ ଲୋକଙ୍କ ପାଖକୁ ଯିବା ଆରମ୍ଭ କରନ୍ତୁ । ଆମ ପାଖରେ ବହୁତ କମ୍ ସମୟ ଅଛି ବୋଲି ମୋକିମ୍ କହିଛନ୍ତି ।

ତେବେ ଏବେଠୁ ଡେରି କରିଦେଲେ, କଂଗ୍ରେସକୁ ଟ୍ରାକକୁ ଫେରାଇବା କଷ୍ଟକର ହେଇଯିବ । ଉପ ନିର୍ବାଚନରେ ବି ଆମେ ପଛରେ ପଡିଛେ । କଂଗ୍ରେସ ନେତାମାନେ ବାସ୍ତବତାକୁ ଗ୍ରହଣ କରି କାମ କରିବା ସହିତ କଂଗ୍ରେସକୁ ସୁଦୃଢ କରିବାକୁ ଆଗଭର ହେବାକୁ ମୋକିମ୍ ଆହ୍ୱାନ ଦେଇଛନ୍ତି ।