କ୍ରିମିନାଲଙ୍କର ବଢାଉଥିଲେ ହାର୍ଟବିଟ୍, ଏବେ ହାର୍ଟ ଆଟାକର ଶିକାର ହୋଇଗଲେ ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ IPS ଅଜୟ ପାଲ୍ ଶର୍ମା

666

କନକ ବ୍ୟୁରୋ: ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ ଆଇପିଏସ୍ ଅଜୟ ପାଲ୍ ଶର୍ମାଙ୍କୁ ହୃଦଘାତ । ଲକ୍ଷେ୍ନø ମେଦାନ୍ତ ହସ୍ପିଟାଲରେ ସେ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି । ଆଇପିଏସ୍ ଅଜୟ ପାଲ୍ ଶର୍ମା ଏବେ ‘ଡାଏଲ- ୧୧୨’ ର ଏସପି ଭାବେ କାର୍ଯ୍ୟରତ ।

ମେଦାନ୍ତ ହସ୍ପିଟାଲର ମିଡିଆ ପ୍ରଭାରୀ ଡାକ୍ତର ଆଲୋକ କପୁରଙ୍କ କହିବା ମୁତାକ, ଅଜୟ ପାଲଙ୍କୁ ମାଇଲ୍ଡ ହାର୍ଟ ଆଟାକ୍ ହୋଇଛି । ଫଳରେ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କୁ ଚିକିତ୍ସାରେ ଅଛନ୍ତି । ବର୍ତ୍ତମାନ ସେ ବିପଦ ମୁକ୍ତ ବୋଲି ଡାକ୍ତର କହିଛନ୍ତି ।

ଅଜୟ ପାଲ ୨୦୧୧ ବ୍ୟାଚର ଆଇପିଏସ୍ ଏବଂ ପଞ୍ଜାବ ବାସିନ୍ଦା । ସହାରନପୁରରେ ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା । ତାଙ୍କର ସବୁଠାରୁ ରେକର୍ଡ ହେଉଛି ସେ ଏବେଯାଏଁ ୧୦୦ରୁ ଅଧିକ ଏନକାଉଣ୍ଟର କରିଛନ୍ତି ।