ଅଧିକ ବିଜୁଳି ବିଲରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଗରମ ଅନୁଭୂତ ହେବା ପୂର୍ବରୁ ଜାଣନ୍ତୁ କିଛି ଟିପ୍ସ
ହୋଲି ପରେ ତାପମାତ୍ରା ବଢିବାରେ ଲାଗିଛି । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସରିନି, ହେଲେ ଏପ୍ରିଲ-ମେ’ ମାସର ଖରା ଅନୁଭବ ହେଲାଣି । ରାଜ୍ୟରେ ଧୀରେ ଧୀରେ ପାରଦ ବଢି ବଢି ଚାଲିଛି । ପାହାଡି ଅଂଚଳ ତଥା ଜଙ୍ଗଲ ଅଚଂଳକୁ କଥା ଛାଡିଦେଲେ, ସହାରାଂଚଳ ଗୁଡିକରେ ମାର୍ଚ୍ଚମାସ ଆରମ୍ଭରୁ ହିଁ ତାପମାତ୍ରା ବୃଦ୍ଧି ହୋଇଯାଇଛି । ମାର୍ଚ୍ଚ ମାସରୁ ଅନୁଭବ ହେଉଛି ମେ ମାସ ତାତି । ତେବେ ଏଭଳି ସ୍ଥିତିରୁ ରକ୍ଷା ପାଇବାକୁ ଚାହୁଁଥିଲେ, ତେବେ ଏହି ସବୁ କାମକୁ ଖୁବ ଶୀଘ୍ର ଆରମ୍ଭ କରିଦିଅନ୍ତୁ । ଗରମ ଦିନ ଆରମ୍ଭ ହେବା ମାତ୍ରେ ବିଦ୍ୟୁତ ବ୍ୟବହାର ଅଧିକ ବଢିଥାଏ । ଲୋକମାନେ ଏୟାର କଣ୍ଡିସନର, ଫ୍ରିଜ, କୁଲର, ଫ୍ୟାନକୁ ଅଧିକ ବ୍ୟବହୃତ କରିଥାଆନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗରମ ଦିନ ଆରମ୍ଭ ହେବା ପୂର୍ବରୁ ଯଦି ଏସିର ସର୍ଭିସ କରିବା ସହିତ ଫିଲଟର ପରିବର୍ତ୍ତନ କରାଯାଏ ତେବେ ବିଦ୍ୟୁତ ଶୁଳ୍କ ୧୫ରୁ୨୦ ପ୍ରତିଶତ କମି ଯିବାର ସମ୍ଭାବନା ରହିଛି । ଏପରି କରିବା ଦ୍ୱାରା ବିଜୁଳି କମ ଖର୍ଚ୍ଚ ହୋଇଯିବ । ଗ୍ରୀଷ୍ମ ଋତୁରେ ପାଣି ମଧ୍ୟ ଖୁବ ଜରୁରୀ । ତେବେ ପାଇପ ଲାଇନ ଠିକ କରିବା ସହ ପାଣି ମୋଟରକୁ ମଧ୍ୟ ଓଏଲିଂ କରି ଦିଅନ୍ତୁ । ଏଥିରୁ ମଧ୍ୟ ବିଦ୍ୟୁତ ବଂଚିପାରିବ । ଯଦି ଘରେ ସୋଲାର ପ୍ୟାନେଲ ଲଗାଉଛନ୍ତି, ତେବେ କିଛି ପରିମାଣର ବିଦ୍ୟୁତ ମଧ୍ୟ ବଂଚିପାରିବ । ଏହାଦ୍ୱାରା ବିଦ୍ୟୁତ ବ୍ୟବହାର କମିବାର ସମ୍ଭାବନା ରହିଛି ।
ଗ୍ରୀଷ୍ମ ଦିନରେ ପୋଷାକରୁ ଅଧିକ ଦୁର୍ଗନ୍ଧ ବାହାରେ । ଫଳରେ ୱାସିଂ ମେସିନର ବ୍ୟବହାର ମଧ୍ୟ ଅଧିକ ହୋଇଥାଏ । ତେବେ ଏହି ସମୟରେ ୱାସିଂ ମେସନକୁ ସର୍ଭିସ କରିବା ଦ୍ୱାରା ବିଜୁଳି ବିଲ୍ କମିବାର ସମ୍ଭାବନା ରହିଛି । ଘରର ବଲବ ଓ ଟ୍ୟୁବଲାଇଟ ସ୍ଥାନରେ ଏଲଏଇଡି ଲଗାନ୍ତୁ । କାରଣ ୫ ୱାଟର ଏଲଇଡି ୨୦ରୁ ୨୫ ୱାଟ ସିଏଫଏଲର ପରି ଆଲୋକ ଦେଇଥାଏ । ଏବଂ ବିଜଳୁି ବିଲ୍ କମିବାର ମଧ୍ୟ ସମ୍ଭାବନା ରହିଛି ।
ଘରେ ବ୍ୟବହୃର ହେଉଥିବା ବିଦ୍ୟୁତ ଉପକରଣରକୁ କାମ ସରିଲା ମାତ୍ରେ ଏହାକୁ ବନ୍ଦ କରି ଦିବା ଭଲ । ସାଧାରଣତଃ ଘରେ ବ୍ୟବହୃତ ହେଉଥିବା ଟିଭି ୧୦୦ ୱାଟର ଥାଏ । ଯଦି ଆପଣ ପ୍ରତିଦିନ ୧୦ ଘଂଟା ବିଦ୍ୟୁତ ବ୍ୟବହାର କରୁଛନ୍ତି, ତା’ହେଲେ ପ୍ରତିଦିନ ୧ ୟୁନିଟ ବିଦ୍ୟୁତ ବ୍ୟବହୃତ କରୁଛନ୍ତି । ଏହି କ୍ରମରେ ମାସକୁ ୩୦ ୟୁନିଟ ବିଦ୍ୟୁତ ବ୍ୟବହୃତ କରୁଛନ୍ତି ।