ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଦରକାର ହେବ ନାହିଁ ଭିନ୍ନ ଭିନ୍ନ ପରିବହନ ପାସ୍ ! ୧ ଫେବୃୟାରୀରୁ ଲାଗୁ ହେବ ଇ-ୱେ ବିଲ ପ୍ରଣାଳୀ

47

ଭାରତରେ ପରିବହନ ଦେଶର ଅର୍ଥବ୍ୟବସ୍ଥାର ଏକ ମହତ୍ୱପୂର୍ଣ୍ଣ ଭାଗ । ତେବେ ଆଗାମୀ ସମୟରେ ପରିବହନ ନେଇ ବିରାଟ ପରିବର୍ତ୍ତନ ହେବାକୁ ଯାଉଛିି । ଆଗାମୀ ୧ ଫେବୃୟାରୀରେ ସାରା ଦେଶରେ ଇ-ୱେ ବିଲ ପ୍ରଣାଳୀ ଲାଗୁ ହେବାକୁ ଯାଉଛି । ଏହି ପ୍ରଣାଳୀ ଲାଗୁହେବା ପରେ ସମସ୍ତ ରାଜ୍ୟ ପାଇଁ ଅଲଗା ଅଲଗା ପାସ୍ ଦରକାର ହେବ ନାହିଁ । ଏହି ପ୍ରଣାଳୀ ମାଧ୍ୟମରେ ସାରା ଦେଶରେ କୌଣସିି ବି ସ୍ଥାନକୁ ଜିନିଷପତ୍ର ନେବାଆଣିବା କରିବା ପାଇଁ ଆପଣଙ୍କ ଗାଡ଼ି ବୈଧ ହେବ । ଜିଏସଟି ନେଟୱର୍କ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ସମସ୍ତ ରାଜ୍ୟରେ ୧୦ କିମି ଭିତରକୁ ପ୍ରବେଶ କରୁଥିବା ଗାଡ଼ି, ଯେଉଁଥିଲେ ୫୦,୦୦୦ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଜିପିଷ ଅଛି, ତା’ପାଇଁ ଫେବୃୟାରୀ ୨୦୧୮ରୁ ଇ-ୱେ ବିଲ ଅନିବାର୍ଯ୍ୟ ହେବ ।

ଜିଏସଟିଏନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା ଅନୁସାରେ ଏହି ବିଲ ଆରମ୍ଭ ହେଲାପରେ କରଦାତା ଓ ଟ୍ରାନ୍ସପୋର୍ଟରଙ୍କୁ କୌଣସି ବି ଚେକ ପୋଷ୍ଟରେ ଅଟକିବାକୁ ପଡ଼ିବ ନାହିଁ । କାରଣ ଇ-ୱେ ବିଲ ବୈଦୁତିକ ରୂପରେ ପ୍ରସ୍ତୁତ କରାଯାଇପାରେ । ଏଥିରେ ଆପେ ଆପେ ହିଁ ଟଙ୍କା କଟିଯିବ । ଆପଣଙ୍କୁ ଅଯଥା ସମୟ ନଷ୍ଟ ହେବନାହିଁ । ବହୁତ ଉପଯୋଗୀ ଏହି ଇ-ୱେ ବିଲର ନୂଆ ପ୍ରଣାଳୀକୁ ପୋର୍ଟାଲରେ ମବୋଇଲ ଆପ୍, ଏସଏମଏସ୍ ଓ ଅଫଲାଇନ୍ ଟୁଲ ଜରିଆରେ ବ୍ୟବହାର କରିହେବ ।

ସୂଚନାଯୋଗ୍ୟ ଇ-ୱେ ବିଲ୍ ପୂର୍ବରୁ କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ କେରଳରେ ଆରମ୍ଭ ହୋଇସାରିଛି । ଏବେ ପର୍ଯ୍ୟନ୍ତ ଏହି ରାଜ୍ୟରେ ପ୍ରତିଦନ ୧.୪ ଲକ୍ଷ ଇ-ୱେ ବିଲ୍ ତିଆରି ହୁଏ । ତେବେ ଅନ୍ୟ ରାଜ୍ୟଗୁଡ଼ିିକ ମଧ୍ୟ ଆଗାମୀ ସମୟରେ ଏଥିରେ ସାମିଲ ହେବେ । ଜିଏସଟିଏନ ମୁତାବକ, ଆଗାମୀ ୩୧ ଜାନୁୟାରୀରେ ସମସ୍ତ ରାଜ୍ୟ ପାଇଁ ଏହା ଟ୍ରାଏଲ ରୂପରେ ଉପଲବ୍ଧ କରାଯିବ ।