ମଦ ପିଇ ମାତାଲ ହେଲେ ପ୍ରଧାନଶିକ୍ଷକ : ପୁରୀ ଜିଲ୍ଲା ଡଭାର ଆଈମା ପ୍ରକଳ୍ପ ବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ

31

କନକ ବ୍ୟୁରୋ : ପାଠ ପଢାଇବାକୁ ଯାଇଥିବା ସ୍କୁଲର ପ୍ରଧାନ ଶିକ୍ଷକ ମଦ ପିଇ ମାତାଲ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡଭାର ଆଈମା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ । ଏହି ପ୍ରଧାନ ଶିକ୍ଷକ ଜଣଙ୍କ ହେଉଛନ୍ତି ଗୌରାଙ୍ଗ ପଲାଇ । ଗୌରାଙ୍ଗ ମଦ ପିଇ  ଘଣ୍ଟା ଘଣ୍ଟା ଚୌକିରେ ବସିରହିବା ପରେ ପିଲା ଡାକିବାରୁ ନିଶାଶକ୍ତ ଅବସ୍ଥାରେ ଚାଉଳ ବସ୍ତା ଉପରେ ଶୋଇ ପଡିଥିଲେ ।

ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇବାପରେ ଅନ୍ୟ ଜଣେ ଶିକ୍ଷକଙ୍କୁ ପଠାଇ ଏହି ମାତାଲ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରୁ ନେଇଥିଲେ । ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ପ୍ରଧାନ ଶିକ୍ଷକ ମଦ ପିଇ ସ୍କୁଲ ଆସିବା ଦ୍ୱାରା ଏହାର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡିବ । ତେଣୁ ଏହି ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।