ଆଇପିଏଲ ପୂର୍ବରୁ ବଡ ଘୋଷଣା: ଚେନ୍ନାଇର ଅଧିନାୟକ ପଦ ଛାଡିଲେ ଧୋନୀ, ନୂଆ କ୍ୟାପଟେନ ହେଲେ ଗାଏକ୍ୱାର୍ଡ

194

କନକ ବ୍ୟୁରୋ: ଆଇପିଏଲ ପୂର୍ବରୁ ବଡ ଘୋଷଣା କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଫ୍ରାଞ୍ଚାଇଜ । ବର୍ତ୍ତମାନ ଚେନ୍ନାଇର ଅଧିନାୟକ ପଦ ଛାଡିଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଆଉ ନୂଆ ଅଧିନାୟକ ଭାବେ ଋତୁରାଜ ଗାଏକ୍ୱାର୍ଡଙ୍କୁ ଦାୟିତ୍ୱ ମିଳିଛି । ଚଳିତ ବର୍ଷ ଧୋନୀଙ୍କ ବଦଳରେ ଗାଏକ୍ୱାର୍ଡଙ୍କୁ ଚେନ୍ନାଇ ଦଳର ଅଧିନାୟକ ଭାବେ ଦେଖିବାକୁ ମିଳିବ ।

୨୭ ବର୍ଷିୟ ଋତୁରାଜ ଗାଓକ୍ୱାର୍ଡ ଚେନ୍ନାଇ ଦଳର ୪ର୍ଥ ଅଧିନାୟକ ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ଧୋନୀଙ୍କ ବ୍ୟତୀତ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଅଧିନାୟକ ରହିସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ଅଧିନାୟକ ରହିଥିବା ବେଳେ ଜାଡେଜା ୮ ଓ ରାଇନା ୫ ମ୍ୟାଚରେ ଅଧିନାୟକ ରହିଛନ୍ତି । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଅଧିନାୟକଙ୍କୁ ନେଇ ଘୋଷଣା କରିଛି ଚେନ୍ନାଇ ।