ଧବଳେଶ୍ୱର ପୀଠ ମୁଖ୍ୟ କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଦର୍ଶନ ବନ୍ଦ ଥିବାରୁ ଦୀର୍ଘ ଅପେକ୍ଷା କରି, ଧର୍ଯ୍ୟ ହରାଇଲେ ଭକ୍ତ । ବଡ଼ ଓଷା ପାଇଁ ପ୍ରବଳ ଭିଡ ।

216

କନକ ବ୍ୟୁରୋ: ଧବଳେଶ୍ୱର ପୀଠ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଆଜି ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କାଲିଠୁ ଦର୍ଶନ ବନ୍ଦ ରହିଥିବାରୁ ଆଜି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଧସେଇ ପସିଥିଲେ ।

ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁ ଆଜି ବଡ଼ ଓଷା ହୋଇପାରିବ କି ନାହିଁ ଆଶଙ୍କା ଦେଖାଦେଇଥିଲା । ଆଉ ଆଜି ଅସମ୍ଭାଳ ଭିଡ଼ ପୂଜକଙ୍କ ପ୍ରତିବାଦକୁ ନମାନି ଧସେଇ ପଶିଥିଲେ । ଗତକାଲି ବିଳମ୍ବିତ ରାତିରେ ପୂଜକ ସମିତି ଓ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଥିଲା । ବ୍ୟାରିକେଡ୍ରେ ଉତର ପଟକୁ କରିବା ପାଇଁ ପୂଜକ ସମାଜ ଜିଦ୍ ଧରିଥିବା ବେଳେ ପ୍ରଶାସନ କିନ୍ତୁ ବ୍ୟାରିକେଡ୍ରେ କୌଣସି ପରିବର୍ତନ କରିବା ସପକ୍ଷରେ ନାହିଁ । ଫଳରେ ଏହି ବୈଠକ ବିଫଳ ହୋଇଥିଲା । ଗତକାଲି ପଂଚକର ଦ୍ୱିତୀୟ ଦିନରେ ଧବଳେଶ୍ୱର ପୀଠରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଥିଲା । ସେବାୟତ ଓ ପ୍ରଶାସନର ବିବାଦ ଯୋଗୁ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ ।