ଦିଲ୍ଲୀ ଅବକାରୀ ନୀତି ମାମଲା : ୨୭ ଅକ୍ଟୋବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ସଂଜୟ ସିଂଙ୍କୁ ପଠାଇଲେ କୋର୍ଟ

92

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଆପର ରାଜ୍ୟସଭା ସାଂସଦ ସଂଜୟ ସିଂ କୋର୍ଟ ତରଫରୁ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । କୋର୍ଟରେ ଶୁଣାଣି ବେଳେ ସଂଜୟ ସିଂ ମଧୁମେହ ରୋଗୀ ହୋଇଥିବା କାରଣରୁ ଔଷଧ ପାଇଁ ଭିନ୍ନ ଭାବେ ଏକ ଆପ୍ଲିକେଶନ ଫାଇଲ କରିଛନ୍ତି ।

କୋର୍ଟ ତରଫରୁ ଅକ୍ଟୋବର ୧୦ ତାରିଖରେ ସମାନ ମାମଲାରେ ଗିରଫ ହୋଇଥିବା ସଂଜୟ ସିଂଙ୍କୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଥିଲେ । ହେପାଜତ ଅବଧୀ ସମାପ୍ତ ହେବା ପରେ ତାଙ୍କୁ ଆଜି ପୁଣି କୋର୍ଟରେ ହାଜର କରାଯାଇଥିଲା । ଇଡି ଅଭିଯୋଗ କରିଛି କି, ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା କରାଯାଇଛି ।

ସେପଟେ ଏହି ମାମଲାକୁ ନେଇ ସଂଜୟ ସିଂ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଛନ୍ତି । ସଂଜୟ ସିଂଙ୍କ ଓକିଲ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ବିଚାରପତି ଜଷ୍ଟିସ ସଞ୍ଜୀବ ନରୂଲାଙ୍କ ପୀଠରେ ଆବେଦନ କରିଛନ୍ତି । ସେ କୋର୍ଟଙ୍କୁ କହିଛନ୍ତି କି, ଇଡି ଭୂଲ ତରିକାରେ ସଂଜୟ ସିଂଙ୍କୁ ଗିରଫ କରିଛି ।