ଯେତେବେଳେ ବି କାଶିଲେ ଆସୁଥିଲା ସିଟି ଶବ୍ଦ । ଡାକ୍ତରଙ୍କ ପାଖକୁ ଯିବାରୁ ଉଠିଲା ରହସ୍ୟମୟୀ ହ୍ୱିସିଲ କାଶରୁ ପରଦା
ଦିଲ୍ଲୀରେ ଜଣେ ନାବାଳକ ସହ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନାବାଳକ ଜଣକ କାଶିବା ସମୟରେ ସିଟି ମାରିବା ଭଳି ଶବ୍ଦ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପୁଅର ଏଭଳି ଅବସ୍ଥା ଦେଖି ପରିବାର ଲୋକେ କାରଣ ଜାଣିବା ପାଇଁ ତାକୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନକୁ ଆଣିଥିଲେ । ସେଠାରେ ଡ଼ାକ୍ତର ସବୁ କଥା ଶୁଣିବା ପରେ ଗଳାରେ ସଂକ୍ରମଣ ହେଉଥିବାରୁ ଏପରି ହେଉଥିବା ଭାବିଥିଲେ । କିନ୍ତୁ ପରେ ନାବାଳକର ସ୍ୱାସ୍ଥ୍ୟ ପୂରା ଠିକ୍ ଥିବା ଜାଣିଥିଲେ ଡ଼ାକ୍ତର । ପରେ ଏହାର କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପରେ ଡ଼ାକ୍ତର ପିଲାଟିର ଏକ୍ସରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏକ୍ସରେ ସମୟରେ ନାବାଳକର ବାମ ପଟ ପଞ୍ଜରାର ମଝି ଏବଂ ତଳ ଭାଗରେ ନିଶ୍ୱାସ ନେବା ସମୟରେ କିଛି ଅସୁବିଧା ହେଉଥିବାର ଦେଖିଥିଲେ ଡ଼ାକ୍ତର । କିନ୍ତୁ କିଛି ସ୍ପଷ୍ଟ ଭାବେ କାରଣ ଜଣାପଡ଼ିନଥିଲା । ସବୁ ପରୀକ୍ଷା ପରେ କିଛି ଜଣା ନପଡ଼ିବାରୁ ପୀଡ଼ିତଙ୍କ ମାତା-ପିତା କାଶ ହେବା ପୂର୍ବରୁ ପୀଡ଼ିତ ସିଟି ସହ ଖେଳୁଥିବା ଡ଼ାକ୍ତରଙ୍କୁ କହିଥିଲେ । ଏ ବିଷୟରେ ଜାଣି ଡ଼ାକ୍ତରୀ ଟିମ୍ ପୀଡ଼ିତଙ୍କ ରେଡ଼ିଓଗ୍ରାଫି କରାଇଥିଲେ । ରେଡ଼ିଓଗ୍ରାଫି ପରେ ପୀଡ଼ିତଙ୍କ ଶରୀର ମଧ୍ୟରେ କିଛି ବାହାର ଜିନିଷ ଥିବା ଜାଣିବାକୁ ପାଇଥିଲେ ଡ଼ାକ୍ତର । ଏହା ପରେ ବ୍ରୋଙ୍କୋସ୍କୋପି କରାଯିବା ପରେ ପୀଡ଼ିତଙ୍କ ଶ୍ୱାସ ନଳୀରେ ସିଟି ଫସି ରହିଥିବା ଜଣା ପଡ଼ିଥିଲା ।ଏଥିପାଇଁ ପୀଡ଼ିତ କାଶିବା ସମୟରେ ସିଟି ମାରିବା ଭଳି ଶବ୍ଦ ହୋଇଥିଲା । ପରେ ସିଟିକୁ ଶ୍ୱାସନଳୀରୁ ବାହାର କରିବା ପରେ ସମସ୍ୟାର ସମାଧାନ ହୋଇଥିଲା ।