ଟିମ୍ ଇଣ୍ଡିଆର କ୍ରିକେଟର ପୃଥ୍ୱୀ ସ’ଙ୍କୁ ଆକ୍ରମଣ । ସେଲଫି ନେବାକୁ ମନା କରିବାରୁ ଭାଙ୍ଗିଲେ କାର ।

349

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଯୁବ କ୍ରିକେଟର ପୃଥ୍ୱୀ ସ’ଙ୍କ ଉପରେ ଆକ୍ରମଣ । ତାଙ୍କ ବନ୍ଧୁଙ୍କ ସହିତ ପୃଥ୍ୱୀ ସ’ଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଖବର ଆସିଛି । ତେବେ ଏହି ଘଟଣାରେ ପୋଲିସ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିିଥିବାବେଳେ, ପୃଥ୍ୱୀ ସ’ଙ୍କ ବନ୍ଧୁଙ୍କ କାର କ୍ଷତିଗ୍ରସ୍ତ ହୋଇଛି ।

ମୁମ୍ବାଇର ଏହି କ୍ରିକେଟର ଲଗାତର ଭାବେ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ଗଲା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ସେ ଦଳରେ ସ୍ଥାନ ପାଇଥିଲେ ବି କୌଣସି ମ୍ୟାଚ୍ ଖେଳିପାରିନଥିଲେ . ହେଲେ ବର୍ତ୍ତମାନ ଏହି କ୍ରିକେଟରଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ପୃଥ୍ୱୀ ସ ଏବଂ ତାଙ୍କ ବନ୍ଧୁଙ୍କ ଉପରେ ବେସବଲ୍ ଷ୍ଟିକ୍ ଜରିଆରେ ଆକ୍ରମଣ ହେବା ସହିତ ତାଙ୍କ କାରକୁ ମଧ୍ୟ ଭାଙ୍ଗିଦିଆଯାଇଛି ।

ପୃଥ୍ୱୀ ସ’ ୨ ଜଣ ଲୋକଙ୍କ ସହ ସେଲଫି ନେଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସହ ସେଲଫି ନେବାକୁ କହିଥିଲେ । ହେଲେ ପୃଥ୍ୱୀ ସ କିନ୍ତୁ ସେଲଫି ନେବାକୁ ମନା କରିଦେଇଥିଲେ । ତେବେ ଏହାପରେ ପୃଥ୍ୱୀ ସ ଏବଂ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କ ଉପରେ ଆକ୍ରମଣ ହୋଇଥିଲା । ଅଭିଯୁକ୍ତମାନେ ତାଙ୍କର ପିଛା କରିବା ସହ ତାଙ୍କୁ ଧମକ ବି ଦେଇଥିଲେ । ତେବେ ୮ ଜଣ ଅଭିଯୁକ୍ତଙ୍କ ଭିତରୁ ଦୁଇ ଅଭିଯୁକ୍ତଙ୍କର ଚିହ୍ନଟ ହୋଇସାରିଲାଣି ।