ଏସବିଆଇ ବ୍ୟାଙ୍କ୍ ଆକାଉଂଟଧାରୀଙ୍କ ପାଇଁ ଆଣିଲା ନୂଆ ନିୟମ ! ୧ଜାନୁୟାରୀରୁ ଅକାମି ହୋଇଯିବ ପୁରୁଣା ଚେକବୁକ୍

34

ଜାନୁୟାରୀ ୧ରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ( ଏସବିଆଇ) ର ଖାତାଧାରୀଙ୍କ ପାଇଁ ନୂଆ ନିୟମ ଲାଗୁହୋଇଯିବ । ଯେଉଁ ଲୋକଙ୍କ ପାଖରେ ଏସବିଆଇରେ ମିଶିଥିବା ( ମର୍ଜ ) ବ୍ୟାଙ୍କଗୁଡିକର ଚେକବୁକ୍ ଅଛି , ସେମାନେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ । ଏହି ବ୍ୟାଙ୍କଗୁଡିକର ପୁରୁଣା ଚେକ୍ ବୁକ୍ ଓ IFSC କୋର୍ଡ ୩୧ ଡିସେମ୍ବର ପରେ ସିଦ୍ଧ ବା ମାନ୍ୟ ହେବନାହିଁ ।

ଆସୋସିଏଟ୍ ବ୍ୟାଙ୍କ୍ ର ପୁରୁଣା ଚେକ୍ ଅକାମି ହୋଇଯିବ । ଅର୍ଥାତ୍ ଏହି ବ୍ୟାଙ୍କ୍ ଯାହା ଏସବିଆଇରେ ମିଶିଛି , ତାଙ୍କର ଚେକବୁକ୍ ଏବେ କୌଣସି କାମରେ ଆସିବ ନାହିଁ । ଏସବିଆଇର ଆଦେଶ ଅନୁସାରେ , ଷ୍ଟେଟ୍ ବ୍ୟାଙ୍କ ଅଫ୍ ପଟିୟାଲା ,ଷ୍ଟେଟ୍ ବ୍ୟାଙ୍କ ଅଫ୍ ବିକାନେର୍ ଓ ଜୟପୁର ,ଷ୍ଟେଟ୍ ବ୍ୟାଙ୍କ ଅଫ୍ ରାୟପୁର ,ଷ୍ଟେଟ୍ ବ୍ୟାଙ୍କ ଅଫ୍ ତ୍ରାଭନକୋର ,ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାଦ୍ ଓ ଭାରତୀୟ ମହିଳା ବ୍ୟାଙ୍କର ଖାତାଧାରକଙ୍କୁ ନୂଆ ଚେକ୍ ବୁକ୍ ପାଇଁ ଆବେଦନ କରିବାକୁ ହେବ ।

ନୂଆ ଚେକବୁକ୍ ପାଇଁ ଆପଣ ଏସବିଆଇର ଶାଖା , ଏସବିଆଇ ଏଟିଏମ୍ ବା ମୋବାଇଲ୍ ଆପ୍ କୁ ଯାଇ ଆବେଦନ କରିପାରିବେ । ଏସବିଆଇ ବଡ ସହରର କିଛି ବ୍ରାଂଚର ନାମ , ବ୍ରାଂଚ କୋର୍ଡ ଓ IFSC କୋର୍ଡ ମଧ୍ୟ ବଦଳେଇଦେଇଛନ୍ତି । ଏଥିପାଇଁ କେଉଁଠି ବି ଆଇଏଫଏସସି କୋର୍ଡର ସୂଚନା ଦେବା ପୂର୍ବରୁ ଆଉଥରେ ନିଜର ବ୍ୟାଙ୍କର IFSC କୋର୍ଡକୁ ଯାଂଚ କରିନିଅନ୍ତୁ ।

( ସୌଜନ୍ୟ- ନବଭାରତ ଟାଇମ୍ସ)