Browsing Category

ଦେଶ ବିଦେଶ

ଜାତୀୟ ପତାକା ଉତ୍ତୋଳନ ପରେ ଟିଆରଏସ୍ ନେତାଙ୍କୁ ନିର୍ମମ ହତ୍ୟା । ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି

କନକ ବ୍ୟୁରୋ: ତେଲେଙ୍ଗାନାରେ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନେତାଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଛି । ୪ଜଣ ଦୁର୍ବୃତ୍ତ ଏହି ଘଟଣା ଘଟାଇ ଚମ୍ପଟ ମାରିବା ପରେ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଥିଲା । ପଥରମାଡ ଭଳି…
Read More...

ଟିମ୍ ଇଣ୍ଡିଆ ପୂର୍ବତନ ଫୁଟବଲ କୋଚଙ୍କ ବଡ ଭୁଲ । ଭାରତର ଭୁଲ ମାନଚିତ୍ର ଦେଖାଇଲେ, କ୍ଷମା ମାଗିଲେ ।

କନକ ବ୍ୟୁରୋ: ଭାରତୀୟ ଫୁଟବଲ ଟିମର ପୂର୍ବତନ କୋଚ୍ ଷ୍ଟିଫେନ୍ କନଷ୍ଟେଟାଇନ୍ ଏକ ବଡ ଭୁଲ କରିଦେଇଥିଲେ, ଯାହା ପାଇଁ ସେ ସମସ୍ତ ଭାରତୀୟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । କାରଣ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇବାକୁ ଯାଇ ସେ ଟ୍ୱିଟରରେ ଭାରତ ମାନଚିତ୍ରର ଏକ ତ୍ରୁଟିପୂର୍ଣ୍ଣ…
Read More...

ଭାରତର ବିରୋଧ ସତ୍ୱେ ଆଜି ଶ୍ରୀଲଙ୍କାରେ ପହଞ୍ଚିବ ଚୀନର ଗୁଇନ୍ଦା ଜାହାଜ : ଏପେଟ ସଜାଗ ଭାରତର ଗୁଇନ୍ଦା ବିଭାଗ

କନକ ବ୍ୟୁରୋ : ଭାରତର ବିରୋଧ ସତ୍ତ୍ୱେ ଚୀନର ସାଟେଲାଇଟ୍ ଏବଂ ମିଶାଇଲ ଟ୍ରାକିଂ ଜାହାଜ ଆଜି ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ପହଞ୍ଚିବ । ଚୀନ ପକ୍ଷରୁ ସୋମବାର ଏ ନେଇ ସୂଚନା ଦିଆଯାଇଛି । କିନ୍ତୁ ଶ୍ରୀଲଙ୍କା ସହ ଏନେଇ ଚୀନ ପକ୍ଷରୁ ବିସ୍ତୃତ ଭାବେ କୌଣସି ଆଲୋଚନା କରିବାକୁ ଚୀନ…
Read More...

ଆଜି ସମ୍ପ୍ରସାରଣ ହେବ ବିହାର ମନ୍ତ୍ରୀମଣ୍ଡଳ : ସକାଳ ସାଢେ ୧୧ ଟାରେ ରାଜଭବନରେ ଶପଥ ନେବେ ୩୦ରୁ ଅଧିକ ମନ୍ତ୍ରୀ

କନକ ବ୍ୟୁରୋ : ସରକାର ଗଠନ ହେବା ୬ ଦିନ ପରେ ଆଜି ବିହାର କ୍ୟାବିନେଟର ସମ୍ପ୍ରସାରଣ  ହେବ । ମହାଗଠବନ୍ଧନର ନୂଆ ମନ୍ତ୍ରୀମଣ୍ଡଳରେ ୩୦ ଜଣ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ମିଳିଛି । ଆଜି ସକାଳ ସାଢେ ୧୧ ଟା ବେଳେ ବିହାର ରାଜଭବନରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।…
Read More...

ସୁସ୍ଥ ହେଉଛନ୍ତି ସଲମାନ ରୁଶଦି, ଶୁକ୍ରବାର ଛୁରାମାଡର ହୋଇଥିଲେ ଶିକାର

କନକ ବ୍ୟୁରୋ: ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଧୀରେଧୀରେ ସୁଧୁରୁଛି । ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ସଲମାନ ରୁଶଦିଙ୍କୁ ଏବେ ଭେଣ୍ଟିଲେଟରରୁ କଢାଯାଇଛି । ଏବେ ସେ କଥା କହିବାକୁ ସକ୍ଷମ ବୋଲି ମଧ୍ୟ କୁହାଯାଉଛି । ତେବେ ସୁସ୍ଥ ହେବାରେ କିଛି ବିଳମ୍ବ ହେଇପାରେ…
Read More...

ଧମକର ୮ଘଂଟା ପରେ ଗିରଫ ହେଲା ଦୁର୍ବୃତ୍ତ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପରିବାରକୁ ଦେଇଥିଲା ହତ୍ୟା ଧମକ

କନକ ବ୍ୟୁରୋ: ଧମକ ଦେଇ ଦୁର୍ବୃତ୍ତ ଗିରଫ । ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ସୋମବାର ସକାଳୁ ଧମକ ମିଳିଥିଲା । ମୋଟ ୮ଥର ଫୋନ କରି ଦୁର୍ବୃତ୍ତ ହତ୍ୟା ଧମକ ଦେଇଥିଲା । ଘଟଣାକୁ ନେଇ ମୁମ୍ବାଇ ପୁଲିସ ଆକ୍ସନ ନେବା ସହ ଦୁର୍ବୃତ୍ତକୁ ଗିରଫ କରିପାରିଛି । ଗିରଫ ପରେ…
Read More...

ଲାଲକିଲ୍ଲାରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ, ଉଠାଇଲେ ବଂଶବାଦ ଓ ଦୁର୍ନୀତି ପ୍ରସଙ୍ଗ

କନକ ବ୍ୟୁରୋ: ଲାଲକିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁର୍ନୀତିକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ନୀତିକୁ ସମର୍ଥନ କରୁଥିବା ଲୋକଙ୍କ ଉପରେ ସେ ପ୍ରଶ୍ନ ଉଠାଇବା ସହ ଏହା ବିରୋଧରେ ଲଢିବା ପାଇଁ ଦେଶବାସୀଙ୍କଠୁ ସମର୍ଥନ ଲଢିଛନ୍ତି…
Read More...

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ୫ ପ୍ରତିଜ୍ଞା ନେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଆଗାମୀ ୨୫ବର୍ଷ ପାଇଁ ଦେଶବାସୀଙ୍କୁ ପାଞ୍ଚପ୍ରଣ ବା ୫ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେବା ସମୟରେ ପାଞ୍ଚପ୍ରଣକୁ ନେଇ…
Read More...

ପୁଣି ମୁଣ୍ଡ ଟେକିଲା ଚୀନ-ତାଇୱାନ-ଆମେରିକା ଉତେଜନା: ତାଇୱାନ ସୀମା ନିକଟରେ ପଇଁତରା ମାରୁଛି ଚାଇନା ଯୁଦ୍ଧ ବିମାନ

କନକ ବ୍ୟୁରୋ: ଆମେରିକା ଚୀନକୁ ଏକ ପ୍ରକାର ଚ୍ୟାଲେଂଜ ଦେଲା ଭଳି କାମ କରୁଛି । ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନଗସ୍ତକୁ ଚୀନ ତ୍ରୀବ ବିରୋଧ କରୁଥିବାବେଳେ ଏବେ ଆଉ ୫ ଜଣିଆ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ ଏବେ ତାଇୱାନରେ ପହଁଚିଛନ୍ତି । ନାନ୍ସି ପେଲୋସଙ୍କ…
Read More...

ସ୍ୱାଧୀନତା ଦିବସ ଅବସରରେ ବିଟିଙ୍ଗ ଦି ରିଟ୍ରିଟ୍: ଦେଶଭକ୍ତି ଗୀତର ତାଳେତାଳେ ଦୁଲୁକିଲା ଅଟାରି ୱାଘା ସୀମା

କନକ ବ୍ୟୁରୋ: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ପଂଜାବ ଅମୃତସରର ଅଟାରି ୱାଘା ସୀମାରେ ବିଟିଙ୍ଗ ଦି ରିଟ୍ରିଟ୍ ଉତ୍ସବ ପାଳନ ଧୁମଧାମରେ ପାଳନ କରାଯାଇଛି । ଆଜାଦିର ଅମୃତ ମହୋତ୍ସବର ରଙ୍ଗ ସୀମାରେ ମଧ୍ୟ ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ସମାଗମରେ ଦେଶଭକ୍ତି ଗୀତର ତାଳେତାଳେ ଦୁଲୁକିଲା…
Read More...