ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ୫ ପ୍ରତିଜ୍ଞା ନେଲେ ପ୍ରଧାନମନ୍ତ୍ରୀ

126

କନକ ବ୍ୟୁରୋ: ଆଗାମୀ ୨୫ବର୍ଷ ପାଇଁ ଦେଶବାସୀଙ୍କୁ ପାଞ୍ଚପ୍ରଣ ବା ୫ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେବା ସମୟରେ ପାଞ୍ଚପ୍ରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଏହି କଥା କହିଛନ୍ତି ।

 ପ୍ରଧାନମନ୍ତ୍ରୀଙ୍କ ପାଞ୍ଚ ସଂକଳ୍ପ

• ବୃହତର ପ୍ରତିଜ୍ଞା ଏବଂ ବିକଶିତ ଭାରତର ପ୍ରତିଜ୍ଞା ସହ ଅଗ୍ରସର ହେବା

• ଦାସତ୍ୱର ସମସ୍ତ ଚିହ୍ନକୁ ଶେଷ କରିବା

• ଦେଶର ଐତିହ୍ୟ ପାଇଁ ଗୌରବାନ୍ୱିତ ମନେ କରିବା

• ୧୩୦କୋଟି ଜନତାଙ୍କ ମଧ୍ୟରେ ଏକତାକୁ ସୁଦୃଡ କରିବା

• ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନାଗରିକ କର୍ତବ୍ୟ  ପ୍ରତି ଦୃଷ୍ଟି ଦେବା

ମିଳିତ ପରିବାର ମହାନୀୟତା ହେଉଛି ଦେଶବାସୀଙ୍କ ସାର୍ମଥ୍ୟ ବୋଲି ମୋଦୀ କହିଛନ୍ତିା ଭାରତ ଏକ ଆକାକ୍ଷୀଂ ସମାଜର ଦେଶ । ଯେଉଁଠି ମିଳିତ ଶକ୍ତି ରହିଛି । ଭାରତୀୟମାନେ ସକରାତ୍ମକ ପରିବର୍ତନ ଚାହୁଁଛନ୍ତି ଓ ସେଥିପାଇଁ ଯୋଗଦାନର ଆବ୍ୟକତା ରହିଥିବା ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ମୋଦି କହିଛନ୍ତି ସ୍ୱଚ୍ଛତା, ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ କଥା ମଧ୍ୟ କହିଛନ୍ତି । ଡିଜିଟାଲ ଇଣ୍ଡିଆ, ଷ୍ଟାଟଅଫର ସୁଫଳ ଦେଶବାସୀଙ୍କୁ ମିଳୁଛି ।