ସୁସ୍ଥ ହେଉଛନ୍ତି ସଲମାନ ରୁଶଦି, ଶୁକ୍ରବାର ଛୁରାମାଡର ହୋଇଥିଲେ ଶିକାର

83

କନକ ବ୍ୟୁରୋ: ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଧୀରେଧୀରେ ସୁଧୁରୁଛି । ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ସଲମାନ ରୁଶଦିଙ୍କୁ ଏବେ ଭେଣ୍ଟିଲେଟରରୁ କଢାଯାଇଛି । ଏବେ ସେ କଥା କହିବାକୁ ସକ୍ଷମ ବୋଲି ମଧ୍ୟ କୁହାଯାଉଛି । ତେବେ ସୁସ୍ଥ ହେବାରେ କିଛି ବିଳମ୍ବ ହେଇପାରେ ବୋଲି ମଧ୍ୟ ସୂଚନା ମିଳିଛି । ଗତ ଶୁକ୍ରବାର ଦିନ ଆମେରିକାର ନ୍ୟୁୟର୍କରେ ସଲମାନ୍ ରୁଶଦିଙ୍କୁ ୨୪ ବର୍ଷୀୟ ଜଣେ ଯୁବକ ଆକ୍ରମଣ କରିଥିଲେ ।

ତେବେ ଛୁରାମାଡରେ ସଲମାନ ରୁଶଦି ଗୁରୁତର ଆହତ ହୋଇଥିଲେ । ଗୋଟିଏ ପଟେ ଅଭିଯୁକ୍ତ ଜଣଙ୍କ ଇରାନର ବୋଲି କୁହାଯାଉଥିବାବେଳେ ଅନ୍ୟପଟେ ଇରାନର ଜଣେ ଅଧିକାରୀ ଏହାକୁ ଅସ୍ୱୀକାର କରିଛନ୍ତି । ଅନ୍ୟପଟେ ଏହି ଆକ୍ରମଣକୁ ବିଶ୍ୱର ବିଭିନ୍ନ ଆଗଧାଡିର ବ୍ୟକ୍ତିବିଶେଷ ବିରୋଧ କରୁଛନ୍ତି । ଅନ୍ୟପଟେ ସଲମାନ ରୁଶଦିଙ୍କ ହ୍ୟାରି ପୋର୍ଟର ଲେଖିକା ଜେକେ ରୋଲିଙ୍ଗଙ୍କୁ ମଧ୍ୟ ଜୀବନରୁ ମାରିବାକୁ ନେଇ ଧମକ ମିଳିଛି । ତେବେ ଜେକେ ରୋଲିଙ୍ଗ ସଲମାନ ରୁଶଦିଙ୍କ ଉପରେ ହେଇଥିବା ଆକ୍ରମଣକୁ ଟୁଇଟର ଜରିଆରେ ନିନ୍ଦା କରିଥିଲେ ।