ଲାଲକିଲ୍ଲାରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ, ଉଠାଇଲେ ବଂଶବାଦ ଓ ଦୁର୍ନୀତି ପ୍ରସଙ୍ଗ

98

କନକ ବ୍ୟୁରୋ: ଲାଲକିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁର୍ନୀତିକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ନୀତିକୁ ସମର୍ଥନ କରୁଥିବା ଲୋକଙ୍କ ଉପରେ ସେ ପ୍ରଶ୍ନ ଉଠାଇବା ସହ ଏହା ବିରୋଧରେ ଲଢିବା ପାଇଁ ଦେଶବାସୀଙ୍କଠୁ ସମର୍ଥନ ଲଢିଛନ୍ତି । ଏଥିସହ ମୋଦି କହିଛନ୍ତି ଦୁର୍ନୀତିକୁ ମୂଳରୁ ଧ୍ୱଂସ କରିବା ଉଚିତ । ନୂଆ ଭାରତ ଗଠନ ପାଇଁ ଦୁର୍ନୀତି ବିରୋଧରେ ଲଢିବାକୁ ହେବ ।

ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଅଭିଭାଷଣ ଦେବା ସମୟରେ ବଂଶବାଦ ଉପରେ ଶକ୍ତ ଟିପ୍ପଣି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶକୁ ଧିରେ ଧିରେ ବଂଶବାଦ ଖୋଳ କରୁଥିବା କହିଛନ୍ତି ମୋଦୀ । କେବଳ ସେତିକି ନୁହେଁ ଦୁର୍ନୀତି ଦେଶର ଉନ୍ନତି ପଛର ବଡ ବାଧକ ସାଜିଛି । ଏହା ଦେଶକୁ କ୍ରମଶ ଫମ୍ପା କରୁଥିବା ମୋଦି କହିଛନ୍ତି ।

ବଂଶବାଦ ପ୍ରସଙ୍ଗରେ ପରୋକ୍ଷରେ ଗାନ୍ଧୀ ପରିବାର ଉପରେ ବର୍ଷିଛନ୍ତି ମୋଦୀ । ଏହି ବଂଶବାଦର ରାଜନୀତି ଭାରତର ସମସ୍ତ ଅନୁଷ୍ଠାନରେ ପରିବାରବାଦକୁ ପ୍ରୋତ୍ସାହିତ କରୁଛି । ତେଣୁ ପରିବାର ବିରୋଧରେ ଲଢିବା ପାଇଁ ଦେଶବାସୀଙ୍କ ସମର୍ଥନ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ।

ବଂଶବାଦକୁ ନେଇ ଲାଲକିଲ୍ଲାରୁ କଂଗ୍ରେସ ସମେତ ବିରୋଧୀଙ୍କ ଯେଉଁ ଶାଣିତ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଥିଲେ ଏହାକୁ ନେଇ ପାଲଟା ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ କହିଛନ୍ତି ରାଜନୀତି ପ୍ରଚାର ଓ ପ୍ରାପ୍ତି ପାଇଁ ଗାନ୍ଧୀ ପରିବାର, ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ମିଥ୍ୟା ଅଭିଯୋଗ ବଳରେ ଅପମାନ କରାଯାଉଛି । ଯାହାକୁ ଦଳ କଦାପି ସହ୍ୟ କରାଯିବନି । ଗୋଟେ ପଟେ ମୋଦିଙ୍କ ଅଭିଯୋଗ ଅନ୍ୟପଟେ ସୋନିଆଙ୍କ ଜବାବ । ଏହାକୁ ନେଇ ପୁଣି ତାତିଛି ରାଜନୀତି