ପୁଣି ବ୍ୟାସନଗରରେ ପଲିଟିକାଲ୍ ଡ୍ରାମା : ବିଜେଡି କାଉନସିଲରଙ୍କ ଅପହରଣ ନେଇ ଅଭିଯୋଗ ଆଣିଲେ ପତ୍ନୀ

26

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗରରେ ଅନାସ୍ଥା ଭୋଟ ଶେଷ ହେବା ପରେ ମଧ୍ୟ ରାଜନୈତିକ ଉଷ୍ମତା କମିନି । ୩ନମ୍ବର ୱାର୍ଡର ବିଜେଡି କାଉନ୍ସିଲର ମାନସିଂ ହେମ୍ବ୍ରମଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ମାନି ହେମ୍ବ୍ରମ । ତିନି ଦିନ ହେଲା ମାନସିଂ ହେମ୍ବ୍ରମ ନିଖୋଜ ଥିବା ଅଭିଯୋଗ ହୋଇଛି।

କାଉନସିଲରଙ୍କ ନିଖୋଜ ହେବା ଘଟଣାକୁ ବିଜେଡିର ବିଦ୍ରୋହୀ କାଉନସିଲର ଏହାକୁ ଅପହରଣର ରୂପ ଦେଉଥିବା ବେଳେ ପୁଲିସ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଏସବୁ ଘଟଣାରୁ ଅନାସ୍ଥା ଭୋଟ ପରେ ବି ବିଜେଡିରେ ଗୋଷ୍ଠୀ କନ୍ଦଳ ଥିବା ସ୍ପଷ୍ଟ ବାରି ହୋଇପଡୁଛି । ସେପଟେ କାଉନସିଲର ଜଣକ ବିଦ୍ରୋହୀ ଗୋଷ୍ଠୀ ଛାଡି ପୌରାଧ୍ୟକ୍ଷଙ୍କ ସହ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।