ଆଜି ଶୁଳିଆ ଯାତ୍ରା ! ପ୍ରଶାସନର ଉଦ୍ୟମ ଫେଲ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଯିବ ବଳି

27

କନକ ବ୍ୟୁରୋ: ଆଜି ପୁଣି ରକ୍ତରଞ୍ଜିତ ହେବ ଶୁଳିଆ ପୀଠ । ପୁଣି ପଡିବ ଶହ ଶହ ନୀରିହ ପଶୁଙ୍କ ବଳି । ଜିଲ୍ଲା ପ୍ରଶାସନ, ଶୁଳିଆ ସଂସ୍କାର ମଂଚ ତଥା ବଳି ବିପକ୍ଷବାଦୀଙ୍କ ସବୁ ପ୍ରଚେଷ୍ଟା ପୁଣି ଫେଲ ମାରିଛି । ଆଉ ଆଜି ଶୁଳିଆ ପୀଠରେ ବଳି ପଡିବା ନିଶ୍ଚିତ ହୋଇ ଯାଇଛି । ବଲାଙ୍ଗିରର ମୁଖ୍ୟ ଶୁଳିଆ ପୀଠ ଖଇରଗୁଡା ଠାରେ ବଲାଙ୍ଗିର ଆଦିବାସୀ ସଂଘର ନେତୃତ୍ୱରେ ଶୁଳିଆ ଯାତ୍ରା ଅନୁଷ୍ଠିତ ହେବ ।

ଯେଉଁଥିରେ ଆଦିବାସୀ ସଂଘର କର୍ମକର୍ତ୍ତା, ସବୁ ପୂଜକ ତଥା ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ହେବ ଶୁଳିଆ ଯାତ୍ରା । ସବୁ ଶୁଳିଆ ପୀଠରେ ଆଦିବାସୀ ପରମ୍ପରା ଓ ରୀତି ନୀତି ଅନୁସାରେ ପୂଜା ହେବା ସହ ପଶୁ ପକ୍ଷୀଙ୍କୁ ବଳି ଦିଆ ଯିବ । ଆଦିବାସୀଙ୍କ ପରମ୍ପରା ଆଗରେ ଏଥର ମଧ୍ୟ ହାତ ଟେକି ଦେଇଛି ଜିଲ୍ଲା ପ୍ରଶାସନ । ତେବେ ସୁରକ୍ଷା ଦୃଷ୍ଟିରୁ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।