ହାରିଗଲେ ଗରିବ ମୁଖ୍ୟମନ୍ତ୍ରୀ ! ଆଦର୍ଶ ବନାମ ବିକାଶର ଲଢ଼େଇରେ ହାରିଗଲେ ମାଣିକ୍ ସରକାର, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

34

ଆଦର୍ଶ ବନାମ ବିକାଶର ଲଢ଼େଇରେ ହାରିଗଲେ ମାଣିକ୍ ସରକାର । ଦେଶର ଗରିବ ମୁଖ୍ୟମନ୍ତ୍ରୀ ଭାବରେ ଜଣାଶୁଣା ଥିବା ମାଣିକ୍ ସରକାରଙ୍କ ଜୀବନ ଶୈଳୀ ଖୁବ୍ ସରଳ । ମୁଖ୍ୟମନ୍ତ୍ରୀ ଭାବରେ ମିଳୁଥିବା ଦରମାକୁ ସେ ତାଙ୍କ ଦଳ ସିପିଏମ୍ ଦଳକୁ ଦେଇ ଦେଉଥିଲେ । ମାନିକଙ୍କ ଖର୍ଚ୍ଚ ବାବଦ ପାଇଁ ଦଳ ତାଙ୍କୁ ମାସିକ ୫ ହଜାର ଟଙ୍କା ଦିଅନ୍ତି । ଯେଉଁଥିରେ ମାଣିକ୍ ସରକାରଙ୍କ ଗୁଜୁରାଣ ମେଣ୍ଟେ ।

ଦେଶର ଗଣତନ୍ତ୍ରରେ ତାଙ୍କ ଚେହେରାକୁ ସବୁ ବେଳେ ସ୍ୱଚ୍ଛ ଓ ନିର୍ମଳ ଭାବମୁର୍ତୀ ଭାବରେ ଗ୍ରହଣ କରଯାଏ । ତାଙ୍କ ନିଜ ରୋଜଗାରୁ ସେ ନା’ ଘର ଟିଏ କରି ପାରିଛନ୍ତି ନା’ ଗାଡ଼ିଟିଏ କିଣିଛନ୍ତି । ତାଙ୍କ ଧର୍ମପତ୍ନୀ ଯିଏ ଜଣେ ସରକାରୀ କର୍ମଚାରୀ ଥିଲେ । ସେ ଅଫିସର ଯିବା ପାଇଁ ଭଡ଼ା ଅଟୋର ସାହାରା ନେଉଥିଲେ । ବର୍ତମାନ ସେ ଅବସର ନେଇ ସାରିଛନ୍ତି । କିନ୍ତୁ ଚାଲିଚଲଣୀ ସେମିତି ପୂର୍ବ ଭଳି ରହିଛି ।

ଦୀର୍ଘ ୨୦ ବର୍ଷ ଧରି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଳାଇଥିବା ମାଣିକ୍ ସରକାରଙ୍କ ଦଳକୁ ବିଧାନସଭା ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଲାଲ୍ ବାନା ବଦଳରେ ତ୍ରିପୁରାବାସୀ ବାଛିଛନ୍ତି ଗେରୁଆ ବାନାକୁ । ମାଣିକ୍ ସରକାରଙ୍କ ଆଦର୍ଶ ବଦଳରେ ଏଥର ଭୋଟର ବାଛିଛନ୍ତି ମୋଦିଙ୍କ ଆଦର୍ଶକୁ । ଆଉ ପ୍ରଥମ ଥର ପାଇଁ ତ୍ରିପୁରାରେ ସରକାର ଗଠନ କରିବ ବିଜେପି । ଗତ ବିଧାନସଭା ନିର୍ବାଚନରେ ବିଜେପି ତ୍ରିପୁରାରେ ଗୋଟିଏ ଆସନ ପାଇନଥିବା ବେଳେ ଏଥର ସରକାର ଗଠନ କରିବାକୁ ଯାଉଛି । ଆଉ ଉତରପୂର୍ବ ରାଜ୍ୟରେ ଫୁଲଦମରେ ନିଜର ସ୍ଥିତି ଜାହିର କରିଛି ବିଜେପି ।