ବିଜେପି ରାସ୍ତା ବନ୍ଦ ହେବା ପରେ ବଦଳୁଛି କି ବୈଜୟନ୍ତଙ୍କ ଆଭିମୁଖ୍ୟ ? ଖେଳନା ବନ୍ଧୁକରେ ଆକ୍ରମଣ ଚାଲିଥିବା ନେଇ କଲେ ଟ୍ୱିଟ ।
ବୈଜୟନ୍ତଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ହେବା ପରେ କେତେବେଳେ ଜାତୀୟ ଗଣମାଧ୍ୟରେ ତ କେତେବେଳେ ନିଜ ସୋସିଆଲ ଆକାଉଣ୍ଟରେ ମୋଦିଙ୍କ ଉପରେ ବର୍ଷୁଛନ୍ତି ବୈଜୟନ୍ତ ।
କନକ ବ୍ୟୁରୋ: ସୋସିଆଲ ମିଡ଼ିଆରୁ ବିଜେପି ବିରୋଧରେ ବିଷ ଓଗାଳୁଛନ୍ତି କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ହେବା ପରେ କେତେବେଳେ ଜାତୀୟ ଗଣମାଧ୍ୟରେ ତ କେତେବେଳେ ନିଜ ସୋସିଆଲ ଆକାଉଣ୍ଟରେ ମୋଦିଙ୍କ ଉପରେ ବର୍ଷୁଛନ୍ତି ବୈଜୟନ୍ତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗୀର ଗସ୍ତ ନେଇ ରାଜ୍ୟ ରାଜନୀତି ଗୁମ୍ ସୁମ୍ ଥିବାବେଳେ ନିଜ ଟ୍ୱିଟରରୁ ମୋଦି ବିରୋଧୀ ବାଣ ମାରିଛନ୍ତି ବୈଜୟନ୍ତ ଯାହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃ୍ଷ୍ଟି ହେବାରେ ଲାଗିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବୈଜୟନ୍ତଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ହେବାପରେ ବୁଲେଇ ବଙ୍କେଇ କେନ୍ଦ୍ର ସରକାରଙ୍କୁ ନିଶାନା କରିଛନ୍ତି ଜୟ ପଣ୍ଡା । ବୈଜୟନ୍ତ ପରୋକ୍ଷରେ ମୋଦି ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଖେଳନା ବନ୍ଧୁକରୁ ବର୍ତ୍ତମାନ ଗୁଳିଚାଳନା କରାଯାଉଛି । ଜବାବରେ ଯେଉଁ ଆକ୍ରମଣ କରାଯାଉଛି ତାହା ବି ପ୍ରଭାବଶୂନ୍ୟ । ଏହା କେବଳ ଆତସବାଜୀ ଭଳି ଶଦ୍ଦ କରୁଛି, ହେଲେ ଏଥିରେ ଗୋଳାବାରୁଦ ନାହିଁ । ସଂସଦରେ ଭୋଟିଂ ରେକର୍ଡକୁ ଅନୁଧ୍ୟାନ କଲେ ଏହା ସହଜରେ ଜାଣିହେବ । ଦୁର୍ନୀତି ଓ ଭ୍ରଷ୍ଟାଚାର ମାମଲାର ଅଗ୍ରଗତିକୁ ଦେଖିଲେ ମଧ୍ୟ ଜାଣିହେବ । ଉଭୟଙ୍କ ଫାଇଦା ରହିଛି, ଓଡିଶା କ୍ଷତି ସହୁଛି ।
Some of those are toy guns. The return fire is also friendly. You’ll hear much sound & fury, but more like fireworks than munitions.
Easily understood when you examine parliamentary voting records, as well as progress of huge corruption scandals.
Win win.
But Odisha the loser… https://t.co/I8D1UecUea— Baijayant Jay Panda (@PandaJay) January 15, 2019
ଗତ କିଛି ଦିନ ତଳେ ଦିଲ୍ଲୀରେ ବୈଜୟନ୍ତ ନିଜ ପୁସ୍ତକ ଉନ୍ମୋଚନ ସମାରୋହରେ ମୋଦିଙ୍କୁ ସମାଲୋଚନା କରିଥିଲେ । ଏବଂ କହିଥିଲେ ରାଜ୍ୟରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ଚୁପ୍ ବସିଛି ବିଜେପି । ନବୀନଙ୍କ ପ୍ରତି ମୋଦିଙ୍କ ନରମ ଅଭିମୂଖ୍ୟ ପଣ୍ଡା ବାବୁଙ୍କୁ ନାପସନ୍ଦ ବୋଲି ତାଙ୍କ ବୟାନରୁ ବାରି ହୋଇପଡ଼ୁଛି ।
ପୂର୍ବରୁ ବିଜେଡ଼ିରେ ଥିଲା ବେଳେ ଏବଂ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପି ସପକ୍ଷରେ ଯଥେଷ୍ଟ ଓକିଲାତି କରିଥିଲେ ବୈଜୟନ୍ତ ପଣ୍ଡା । ମୋଦିଙ୍କ ନୀତିକୁ ସମାଲୋଚନା କରିବା ଠାରୁ ଆରମ୍ଭ କରି ପଂଚାୟତ ନିର୍ବାଚନ ପରେ ବିଜେପିର ସ୍ଥିତିକୁ ପ୍ରଶଂସା କରି ଖବରକାଗଜରେ ଲେଖା ଲେଖିବା ପର୍ଯ୍ୟନ୍ତ ସବୁଥିରେ ବିଜେପି ପାଇଁ ଅହେତୁକ ଆଗ୍ରହ ବେଶ ବାରି ହୋଇପଡୁଥିଲା ।
ତେବେ ହଠାତ କାହିଁକି ନିଜ ଆଭିମୁଖ୍ୟ ବଦଳାଇଲେ ବୈଜୟନ୍ତ ପଣ୍ଡା । କୁହାଯାଉଛି, ବିଜେପିରେ ସାମିଲ ହେବା ପାଇଁ ଥିବା ଦ୍ୱାର ବନ୍ଦ ହେବା ପରେ ବିଜେପି ଓ ଏହାର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସମାଲୋଚନା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୈଜୟନ୍ତ । ଆଉ ଏହାକୁ ଆୟୁଧ କରି ରାଜ୍ୟ ରାଜନୀତିରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବାକୁ ବୈଜୟନ୍ତ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।