ଦୁନିଆରେ ସର୍ବାଧିକ ଏହି ୫ ଟି ଭାଷାକୁ କହିଥାନ୍ତି ଲୋକେ ! କେଉଁ ସ୍ଥାନରେ ରହିଛି ହିନ୍ଦୀ ଭାଷା ଜାଣନ୍ତୁ ।

45

ଦୁନିଆରେ ମୋଟ ୬,୫୦୦ ଭାଷା କୁହାଯାଏ । କୁହାଯାଏ ଯେ ଦୁନିଆରେ ଅଧିକ କୁହାଯାଉଥିବା ଭାଷା ହେଉଛି ଚୀନର ମେଣ୍ଡରୀନ୍ ଭାଷା । କିନ୍ତୁ ଯଦି ଆପଣ ଭାବୁଛନ୍ତି ଯେ ଏହି ଲୋକପ୍ରିୟ ଭାଷା ମଧ୍ୟରେ ରାଷ୍ଟ୍ରଭାଷା ହିନ୍ଦୀର ସ୍ଥାନ ନାହିଁ ତେବେ ଆପଣଙ୍କ ଭାବନା ଭୁଲ୍ । ଆଜି ଆମେ ଆପଣଙ୍କୁ ଦୁନିଆରେ କୁହାଯାଉଥିବା ପପୁଲାର୍ ଭାଷା ବିଷୟରେ କହିବାକୁ ଯାଉଛୁ ।

ମେଣ୍ଡରୀନ୍ ଭାଷା : ଏହା ଚୀନରେ କୁହାଯାଉଥିବା ଏକ ପ୍ରମୁଖ ଭାଷା ମଧ୍ୟରୁ ଗୋଟିଏ । ଏହାକୁ ଦୁନିଆରେ କୁହାଯାଉଥିବା ସବୁ ଭାଷା ମଧ୍ୟରେ ପ୍ରଥମ ସ୍ଥାନରେ ସ୍ଥାନିତ କରାଯାଇଛି । ଏହି ଭାଷାକୁ ପ୍ରାୟ ୮୯.୮ କୋଟି ଲୋକ କହିଥାନ୍ତି ।

ସ୍ପେନିଶ୍ ଭାଷା : ଦୁନିଆରେ ସର୍ବାଧିକ କୁହାଯାଉଥିବା ଭାଷା ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଆସେ ସ୍ପେନିଶ୍ ଭାଷା । ଏହି ଭାଷାକୁ ବିଶ୍ୱରେ ୪୩.୭ କୋଟି ଲୋକ କହିଥାନ୍ତି । ଆର୍ଜେଣ୍ଟିନା,ଚିଲୀ,ପନାମା,ପରାଗୁଏ,ପେରୁ,ମ୍ୟାକ୍ସିକୋ,କୋଷ୍ଟା ରିକା,କ୍ୟୁବା,ଓରଗ୍ୟୁ ଏବଂ ବେନେଜୁଏଲା ଭଳି ଆଉ କିଛି ସ୍ଥାନରେ ମଧ୍ୟ ଲୋକ ସ୍ପେନିଶ୍ ଭାଷା କହିଥାନ୍ତି ।

ଇଂରାଜୀ ଭାଷା : ଦୁନିଆର ପ୍ରଥମ ଅନ୍ତରାଷ୍ଟ୍ରୀୟ ଭାଷା ତଥା କିଛି ସ୍ଥାନରେ ରାଜଭାଷାର ମାନ୍ୟତା ଲାଭ କରିଥିବା ଇଂରାଜୀ ଭାଷା ୩୭.୨ କୋଟି ଲୋକଙ୍କ ଦ୍ୱାରା କୁହାଯାଇଥାଏ ।

ଆରବୀ ଭାଷା : ଇସଲାମ୍ ଧର୍ମର ଧର୍ମଭାଷା ହେଉଛି ଆରବୀ ଭାଷା ଯେଉଁଥିରେ କୁରାନ-ଏ-ସରିଫ୍ ଲେଖାଯାଇଛି । ସାଉଦି ଆରବ,ସିରିଆ,ଇରାକ୍,ଲିବିୟା,ସୁଡାନ୍,କତର,ମୋରକ୍କୋ ଭଳି କେତେକ ସ୍ଥାନରେ ଏହି ଭାଷା କୁହାଯାଇଥାଏ ।

ହିନ୍ଦୀ ଭାଷା : ଭାରତର ପ୍ରମୁଖ ତଥା ରାଷ୍ଟ୍ରଭାଷା ହିନ୍ଦୀକୁ ୨୬ କୋଟି ଲୋକ କହିଥାନ୍ତି । କେନ୍ଦ୍ରରେ ହିନ୍ଦୀ ଭାଷା ପରେ ଦ୍ୱିତୀୟ ସ୍ଥାନରେ ଇଂରାଜୀ ଭାଷା ଆସେ । ନେପାଳ,ମରିଶସ୍,ଫିଜୀ,ଗୟାନା,ସୁରିନାମ୍ ,ଆମେରିକା,ଜର୍ମାନୀ,ସିଙ୍ଗାପୁରରେ ମଧ୍ୟ ଏହି ଭାଷା ଲୋକମାନେ କହିଥାନ୍ତି । ତେବେ ଆପଣଙ୍କୁ ଏଠାରେ କହି ରଖୁଛୁ କି ନ୍ୟୁଜିଲାଣ୍ଡରେ ହିନ୍ଦୀକୁ ଚତୁର୍ଥ ସର୍ବାଧିକ କୁହାଯାଉଥିବା ଭାଷା କୁହାଯାଇଛି ।

ବଙ୍ଗାଳୀ ଭାଷା : ବଙ୍ଗଳାଦେଶ ଏବଂ ଭାରତର ପଶ୍ଚିମ ବଙ୍ଗଳା ଏବଂ ଉତ୍ତର ପୂର୍ବ ଭାରତର ଆସାମ,ତ୍ରିପୁରା ରେ କୁହାଯାଉଥିବା ପ୍ରମୁଖ ଭାଷା ଅଟେ । ଦୁନିଆରେ ପ୍ରାୟ ୨୪.୨ କୋଟି ଲୋକଙ୍କ ଦ୍ୱାରା ଏହି ଭାଷା କୁହାଯାଇଥାଏ ।