ଦିବ୍ୟାଙ୍ଗ ଦମ୍ପତିଙ୍କ ଦେଶୀଆ ଗୀତ । ପାରମ୍ପରିକ କଳା ବଞ୍ଚାଇବାକୁ ବୃଦ୍ଧ ଦମ୍ପତିଙ୍କ ନିଆରା ପ୍ରୟାସ

117

କନକ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ଲୋକେ ନିଜର କଳା ପରମ୍ପରାକୁ ଭୁଲି ଯାଉଛନ୍ତି । କିନ୍ତୁ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୃଦ୍ଧ ଦୃଷ୍ଟିବାଧିତ ଦମ୍ପତି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପେଟରୁ ପଞ୍ଚାୟତ ଅନ୍ତର୍ଗତ ଭାଟିଗୁଡା ଗ୍ରାମର ଗଙ୍ଗାଧର ଆଡ଼କାଟିଆ ଓ ପତ୍ନୀ ମୁକ୍ତା ଆଡ଼କାଟିଆ । ଦୁହେଁ ଜନ୍ମରୁ ଦୃଷ୍ଟିବାଧିତ ହୋଇଥିବା ବେଳେ କୋରାପୁଟର କଳା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଗାଁ ଗାଁ ବୁଲି ଗୀତମରା, ଡୁଡୁମା ବଜାଇ ନିଜର କଳା ପରିବେଷଣ କରି ପେଟ ପୋଷୁଛନ୍ତି । ବୃଦ୍ଧ ଦମ୍ପତିଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ବଡ଼ ପୁଅ ବାପ ମାଆଙ୍କ ସାହାରା ହୋଇଥିବା ବେଳେ ସାନ ପୁଅ ଓ ଝିଅ କୋରାପୁଟ ଅନାଥ ଆଶ୍ରମରେ ରହି ପାଠ ପଢୁଛନ୍ତି । ସରକାରୀ ସହାୟତା କହିଲେ ଭତାକୁ ଛାଡି ଦେଲେ ଆଉ କିଛି ନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଓ ରାସନ ସାମଗ୍ରୀ ସହିତ କିଛି ଆର୍ôଥକ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ବୃଦ୍ଧ ଦମ୍ପତି ସରକାରଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା ପରିବେଷଣ କରିବା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକୁମାର ବିଶ୍ୱାଳ ବୃଦ୍ଧ ଦମ୍ପତିକୁ ସହଯୋଗ କରୁଛ ।