ଧାନଖଳାରେ ଲାଗିଲା ନିଆଁ । ଦୁଇ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ ।

103

କନକ ବ୍ୟୁରୋ: ଧାନଖଳାରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତର୍ । ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଧାନ ପୋଡି ପାଉଁଶ । ବାଲେଶ୍ୱର ବସ୍ତା ନିଶ୍ଚିତପୁର ଗାଁରେ ଘଟିଛି ଏପରି ଘଟଣା । ସୁବଳ ବେହେରା ନାମକ ଚାଷୀ ଅମଳ ଧାନକୁ ଖଳାରେ ରଖିଥିବା ବେଳେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇଦେଇଛି । ଏହି ଅଗ୍ନିକାଣ୍ଡରେ ୧୦୦ କ୍ୱିଣ୍ଟାଲ ଧାନ ପୋଡିଯାଇଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନୀ ।