ରାଜ୍ୟ କ୍ୟାବିନେଟରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ । ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଓଡ଼ିଶା କୃଷିନୀତିକୁ କ୍ୟାବିନେଟ୍ ମୋହର ।

1,414

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ୮ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ବାଜିଲା ମୋହର । ଓଡିଶା କୃଷିନୀତି ଉପରେ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାଦ୍ୱାରା ଚାଷୀଙ୍କ ଆୟକୁ ବଢାଇବାକୁ ୩ଟି ସୋପାନ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସେହିଭଳି ଓଡିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ସରକାର । ଏଣିକି ଭଲ ପ୍ରଦର୍ଶନ କଲେ ନିଜ ବ୍ୟାଚ ବାହାରେ ମଧ୍ୟ ପଦୋନ୍ନତି ପାଇବେ ବିଭାଗୀୟ ଅଧିକାରୀ ବୋଲି କ୍ୟାବିନେଟରେ ନିଷ୍ପତି ହୋଇଛି ।