ନୂଆପଡା ଗସ୍ତରେ ୫ଟି ସଚିବ: ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା

128

କନକ ବ୍ୟୁରୋ: ନୂଆପଡ଼ା ଗସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ୧୩ଟି ସ୍ଥାନ ପରିଦର୍ଶନ କରିବା ସହ ୫ଟି ସ୍ଥାନରେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଜଳସେଚନ, ଶିକ୍ଷା ସ୍ୱାସ୍ଥ୍ୟ ସେବା, ଗମନାଗମନ ଭଳି ଅନେକ ବିଭାଗରେ କିଭଳି ଆହୁରି ଭଲ ସେବା ଯୋଗାଇ ଦିଆଯାଇ ପାରିବ ଏବଂ ପର୍ଯ୍ୟଟନସ୍ଥଳୀ ଓ ଦେବାଦେବୀ ପୀଠ ମାନଙ୍କର ବିକାଶ କିଭଳି ହୋଇପାରିବ ସେନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ସହ ନୂଆପଡ଼ାରେ ନିର୍ମାଣଧିନ ସରକାରୀ ବସଷ୍ଟାଣ୍ଡ ଦେଖି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସୁନା ବେଡ଼ା ଅଭୟାରଣ୍ୟରେ ଥିବା ମାଆ ସୁନାଦେଇଙ୍କ ଦର୍ଶନ କରିବା ସହ ସେଠାକାର ବିକାଶ ଏବଂ ସେଠାରେ ରହୁଥିବା ଚକୋଟିଆ ଭୁଂଜିଆଙ୍କ ସମସ୍ୟା ଉପରେ ଆଲୋଚନା କରିବେ ଫାଇଭ ଟି ସଚିବ ।