ଦିଲ୍ଲୀରେ ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ଶିକ୍ଷାନୁଷ୍ଠାନ ବନ୍ଦ ପରେ ଏବେ ଅଧା କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ନିର୍ଦ୍ଦେଶ

77

କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ରାଜ୍ୟର ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେସରକାରୀ ସଂସ୍ଥାମାନଙ୍କୁ ବି ସେମାନଙ୍କ କର୍ମଚାରୀଙ୍କ ପାଇଁ ୱାର୍କଫ୍ରମ ହୋମ ଗାଇଡଲାଇନ ଜାରି କରିବାକୁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ଦିଲ୍ଲୀ ସରକାର ଜିଆରପିର ଅନ୍ତିମ ଚରଣ କ୍ରମରେ ବାୟୁ ଗୁଣବତ୍ତା ସମିତି ଦ୍ୱାରା ସ୍ଥିର କରାଯାଇଥିବା ନିୟମକୁ ଲାଗୁ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଏହାସହ ବାୟୁ ପ୍ରଦୂଷଣ ରୋକିବା ନେଇ ଏକ ୬ ଜଣିଆ କମିଟି ଗଠନ କରାଯାଇଥିବା କଥା ସେ କହିଛନ୍ତି । ସେମାନେ ରାଜସ୍ୱ ବିଭାଗ, ବଜାର ଓ କାର୍ଯ୍ୟାଳୟ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସମୟ ନିର୍ଦ୍ଧାରିତ କରିବେ ।

କହିରଖୁ କି ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ପୁରା ଦିଲ୍ଲୀର ଆକାଶରେ ଏକ ଆବରଣ ଆଚ୍ଛାଦିତ ହୋଇ ରହିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରଥମେ ପ୍ରାଥମିକ ବିଦ୍ୟାଳୟଗୁଡିକ ବନ୍ଦ କରି ଅନଲାଇନ କ୍ଲାସ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।