ଜ୍ୱର ସାଜିଲା ଯମ ! ବିହାରରେ ଲିଚୁ ଖାଇ ୫୪ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

ବିହାରରୁ ଆସିଲା ବଡ ଖବର । ବିହାର ମୁଜାଫରପୁରରେ ଜ୍ୱର ନେଉଛି ଜୀବନ

41,078

କନକ ବ୍ୟୁରୋ: ବିହାରରୁ ଆସିଲା ବଡ ଖବର । ବିହାର ମୁଜାଫରପୁରରେ ଜ୍ୱର ନେଉଛି ଜୀବନ । ମୁଜାଫରପୁର ସମେତ ଆଖପାଖ ଜିଲ୍ଲାରେ ମଧ୍ୟ ଜ୍ୱର କଅଁଳ ଶିଶୁଙ୍କ ଜୀବନ ନେଉଛି । ଜ୍ୱରରେ ୫୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଶ୍ରୀକୃଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲରେ ୪୬ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ କେଜ୍ରିୱାଲ ହସ୍ପିଟାଲରେ ୮ ଜଣଙ୍କ ଜୀବନ ଯାଇଛି । ତେବେ ଏ ମାରାତ୍ମକ ଜ୍ୱରରେ କେବଳ ଶିଶୁଙ୍କର ହିଁ ଜୀବନ ଯାଉଛି । ୧୦ରୁ ୧୫ ବର୍ଷ ବୟସର ଶିଶୁଙ୍କ ଜୀବନ ଜ୍ୱର ନିଆଁରେ ଜଳି ଯାଉଛି । ତେବେ ଏ ମାରାତ୍ମକ ଜ୍ୱରକୁ ଏକ୍ୟୁଟ ଏନସେଫାଲାଇଟିସ ସେଣ୍ଡ୍ରୋମ ମଧ୍ୟ କୁହାଯାଉଛି । ୧୫ ବର୍ଷ ଭିତରେ ଥିବା ଶିଶୁ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଛନ୍ତି ।


ତେବେ ଏହି ମାରାତ୍ମକ ରୋଗର ପ୍ରଥମ ଲକ୍ଷଣ ହେଉଛି ପ୍ରବଳ ଜ୍ୱର ହେବା, ବାନ୍ତି ଜୋରରେ ହେବା ଏବଂ ବେହୋସ ହେବା ସହ ଶରୀରର ଅନ୍ୟ ଅଙ୍ଗ ସବୁ ଧିରେ ଧିରେ କମ୍ପିବା । ସବୁଠାରୁ ବଡ କଥା ହେଉଛି ଏହି ରୋଗ ପଛରେ, ଏହି ମୃତ୍ୟୁ ପଛରେ ରହିଛି ମିଠା ଲିଚୁ । ଲିଚୁ ଖାଇବା ଦ୍ୱାରା ଶିଶୁଙ୍କ ମୃତ୍ୟୁ ହେଉଥିବା ଡାକ୍ତର କହିଛନ୍ତି । ଖାଲି ପେଟରେ ଲିଚୁ ଖାଇବା ମହାମାରୀର କାରଣ ପାଲଟୁଛି ବୋଲି ଡାକ୍ତର କହୁଛନ୍ତି । ଲିଚୁରେ ଥିବା କେମିକାଲ ରକ୍ତ ଉପରେ ସିଧା ପ୍ରଭାବ ପକାଉଛି । ଯଦି ରାତିରେ ଖାଲି ପେଟରେ ଥିବେ ଆଉ ସକାଳେ ଅନ୍ୟକିଛି ଜଳଖିଆ ଖାଇବା ବଦଳରେ ଲିଚୁ ଖାଇବେ ତେବେ ତାହା ରକ୍ତରେ ସୁଗାରର ମାତ୍ରା କମାଇଦିଏ । ଖାଲି ପେଟରେ ଶୋଇବା ଦ୍ୱାରା ରକ୍ତରେ ସୁଗାର କମିକି ଥାଏ ଆଉ ସକାଳେ ଲିଚୁ ସୁଗାରର ପରିମାଣ ଆହୁରି କମାଇଦିଏ ଫଳରେ ତାହା ମସ୍ତିଷ୍କ ଉପରେ ପ୍ରଭାବ ପକାଏ । ଆଉ ପରିଶେଷରେ ମୃତ୍ୟୁର କାରଣ ପାଲଟେ ।


ବିଶେଷ କରି ଗରିବ ପରିବାରର ପିଲା ସକାଳେ କିଛି ଖାଇବାକୁ ପାଉନଥିବାରୁ ବାଡିରେ ହୋଇଥିବା ଲିଚୁ ଖାଇ ରହି ଯାଆନ୍ତି ଯାହା ତାଙ୍କୁ ମୃତୁା ଆଡକୁ ବାଟ କଢ଼ାଇ ନିଏ । ତେବେ ଦୀର୍ଘ ଦିନ ହେବ ବର୍ଷା ନହେବା ମଧ୍ୟ ଜ୍ୱରର ଆଉ ଏକ କାରଣ ବୋଲି ଅନେକ କହୁଛ