ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ୨୫ ତାରିଖରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ । ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀ ।

138

କନକବ୍ୟୁରୋ :ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ସଂଧ୍ୟା ୬ଟାରେ ପ୍ରଚାର ଶେଷ ହେବାକୁ ଥିବାରୁ ପ୍ରାର୍ଥୀ ପାଇଁ ପୂରା ଦମ୍ ଲଗାଇଦେବେ । ପଦଯାତ୍ରା, ବାଇକ୍ ଶୋଭାଯାତ୍ରା, ଖୋଲାଜିପରେ ବୁଲି ଭୋଟରଙ୍କ ନିକଟକୁ ପହଂଚିବେ । ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ ।

୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସମେତ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅପରାଜିତା ଷଡଙ୍ଗୀ, ଭର୍ତୃହରି ମହତାବ, ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ପରି ହେଭିୱେଟ୍ ରହିଛନ୍ତି । ନିର୍ବାଚନ ହେବାକୁ ଥିବା ଏହି ଆସନ ମଧ୍ୟରୁ ୨୦୧୯ରେ ବିଜେପି ୨ଟି ଓ ବିଜେଡି ୪ଟି ଲୋକସଭା ଆସନରେ ଜିତିଥିଲା । ସେହିପରି ୪୨ଟି ବିଧାନସଭା ମଧ୍ୟରୁ ବିଜେଡି ୩୪ଟି, ବିଜେପି ୬ଟି ଓ କଂଗ୍ରେସ ୨ଟି ଆସନ ଅକ୍ତିଆର କରିଥିଲା ।