୨ ବର୍ଷ ପରେ ବାପଘରକୁ ଆସିଛନ୍ତି ମା ,ଛତ୍ରପୁରରେ ଜମୁଛି ଠାକୁରାଣୀ ଯାତ୍ରା । ସଂଧ୍ୟାରେ ସାହି ପରିକ୍ରମା କରୁଛି ମାଆଙ୍କ ଘଟ ।

250

କନକବ୍ୟୁରୋ:ଘଣ୍ଟବାଦ୍ୟରେ କମ୍ପୁଛି ଛତ୍ରପୁର ସହର । କାରଣ ଛତ୍ରପୁରରେ ଚାଲିଛି ମା ରାମାୟାଣା ମା ଙ୍କ ଯାତ୍ରା । ମାସେ ଧରି ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମାଆ । ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଦଶ ଭୁଜା ରୂପରେ ମା ଙ୍କର ପ୍ରତିମା ଅଙ୍କନ କରାଯାଇଥାଏ । ସେହି ଦଶ ଭୁଜା ରୂପିଣୀ ଦେବୀଙ୍କୁ କଳସରେ ଘଟ ସଜାଇ ପ୍ରତ୍ୟେକ ଦିନ ଘଟ ପରିକ୍ରମା କରିଥାନ୍ତି । ଘଟ ରୂପେ ସଜା ଯାଇଥିବା ହାଣ୍ଡିକୁ ୯ ଜଣ ମହିଳା ମୁଣ୍ଡରେ ଧରି ସବୁ ଦିନ ସଂଧ୍ୟାରେ ସାହି ପରିକ୍ରମା କରିଥାନ୍ତି ।

ଛତ୍ରପୁରରେ ଆଉ ଏହି ପରମ୍ପରା ପ୍ରାୟ ୨୦୦ ବର୍ଷ ଧରି ଚାଲୁ ରହିଛି । ଘଟ ପରିକ୍ରମା ସମୟରେ ବିଭିନ୍ନ ନାଟ୍ୟ ଦଳ ସହିତ ପାରମ୍ପରିକ ବାଜବାଜଣା ରେ ବିଭିନ୍ନ ଦେବାଦେବୀଙ୍କ ବେଶରେ ସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରିଥାନ୍ତି । ମା ମୁଖ୍ୟ ମନ୍ଦିରରୁ ଏକ ମାସ ପାଇଁ ଅସ୍ଥାୟୀ ମଣ୍ଡପକୁ ଆସିଥାନ୍ତି । ଠିକ ସେହିଭଳି ଛତ୍ରପୁରର ଝିଅମାନେ ମଧ୍ୟ ନିଜ ଶାଶୁଘରକୁ ଏକ ମାସ ପାଇଁ ନିଜ ମା’ ଘରକୁ ଆସିଥାନ୍ତି ।

ଯାତ୍ରା ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଝିଅ ଓ ବୋହୁମାନେ ସକାଳ ଓ ସନ୍ଧ୍ୟାରେ ଅସ୍ଥାୟୀ ପୀଠରେ ମା’ଙ୍କ ଦର୍ଶନ କରିଥାନ୍ତି ଏହାସହ ସାହି ପରିକ୍ରମା ସମୟରେ ମା’ଙ୍କ ପାଦକୁ ହଳଦୀ ପାଣିରେ ଧୋଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି ୨ ବର୍ଷକୁ ଥରେ ହେଉଥିବା ଯାତ୍ରାକୁ ଅନାଇ ବସିଥାନ୍ତି ମହିଳାମାନେ ଗତ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ମା ରାମାୟାଣା ଯାତ୍ରା ଆସନ୍ତା ୩୦ରେ ଉଦଯାପିତ ହେବ । ଆଉ ସେହିଦିନ ମା ଅସ୍ଥାୟୀ ପୀଠରୁ ମୁଖ୍ୟ ମନ୍ଦିରକୁ ଫେରିବେ ।